ହରିଦାସପୁର-ପାରାଦୀପ ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରିବହନ ବ୍ୟବସ୍ଥା ସହଜ ହେବା ସହ ଅର୍ଥନୀତି ସୁଦୃଢ଼ ହେବ– ଧର୍ମେନ୍ଦ୍ର ପ୍ରଧାନ

  • • ଓଡ଼ିଶାର ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

  • • ୨୫୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ୭୪ କିଲୋମିଟର ଦୀର୍ଘ ରେଳ ପଥ

  • • ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବଦୋୟ’ ମିଶନରେ ଓଡ଼ିଶାର ରେଳ ଭିତ୍ତିଭୂମି ଓ ଅର୍ଥନୀତି ପାଇବ ନୂଆ ଗତି

  • • ପାରାଦୀପ ବନ୍ଦରର କାର୍ଗୋ ପରିବହନ ବୃଦ୍ଧି ସହ ସୃଷ୍ଟି ହେବ ବ୍ୟାପକ ରୋଜଗାର

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୧୫ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାର ୭୪ କିଲୋମିଟର ପାରାଦୀପ-ହରିଦାସପୁର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ପୂର୍ଣ୍ଣ ସରକାରୀ ପୁଞ୍ଜିନିବେଶ ଏବଂ ମୋଡ୍‌ରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ବୃହତ ପ୍ରକଳ୍ପ ପାଇଁ ଅନୁମାନିକ ପ୍ରାୟ ୨୫୪୨ କୋଟି ଟଙ୍କା ବ୍ୟୟ କରାଯିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବଦୋୟ’ ମିଶନ ଅଧୀନରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶକୁ ଅଗ୍ରାଧିକାର ଦିଆଯାଉଛି । ଏହି ଦୋହରୀକରଣ ପ୍ରକଳ୍ପ ଦ୍ୱାରା ହରିଦାସପୁର-ପାରାଦୀପ ସେକ୍ସନରେ ରେଳ ଚଳାଚଳ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ, ଯାହା ଫଳରେ ଏହି ରୁଟ୍‌ରେ ଅଧିକ ସଂଖ୍ୟକ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ ସୁଗମତାର ସହ ଚଲାଚଳ କରିପାରିବ। ପରିବହନ ବ୍ୟବସ୍ଥାରେ ଏହି ସୁଧାର ରାଜ୍ୟର ସାମଗ୍ରିକ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ପ୍ରକଳ୍ପ ଓଡ଼ିଶାର ବାଣିଜ୍ୟିକ ପ୍ରଗତିର ପ୍ରାଣକେନ୍ଦ୍ର ପାରାଦୀପ ବନ୍ଦର ପାଇଁ ଏକ ଗେମ୍-ଚେଞ୍ଜର ସାବ୍ୟସ୍ତ ହେବ । ବର୍ଦ୍ଧିତ ରେଳ କ୍ଷମତା ଯୋଗୁଁ ପାରାଦୀପ ବନ୍ଦର ଦେଇ ହେଉଥିବା ଆମଦାନୀ-ରପ୍ତାନି କାର୍ଗୋ ଏବଂ ଘରୋଇ ଉପକୂଳବର୍ତ୍ତୀ ମାଲ୍ ପରିବହନ ବେଶ୍ ତ୍ୱରାନ୍ୱିତ ହେବ । ଏହା ବନ୍ଦରର ନିର୍ଦ୍ଧାରିତ କାର୍ଗୋ ଲକ୍ଷ୍ୟ ହାସଲ କରିବାରେ ବେଶ୍ ସହାୟକ ହେବା ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି କରିବ । ଏହି ସମୟୋପଯୋଗୀ ନିଷ୍ପତ୍ତି ଆଞ୍ଚଳିକ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

0
0
0
s2sdefault

 

 

 

 

 

 

 

 

 

 

 

 

 

 

  

 

 

/*H3X_UIHVRK*/