ନୀଳଗିରି - ୧୫/୭: ଜଗନ୍ନାଥଧାମ ପୁରୀର ପବିତ୍ର ରଥଯାତ୍ରାକୁ ସୁବ୍ୟବସ୍ଥିତ କରିବାପାଇଁ ଏବଂ ସହରବାସୀଙ୍କ ସହିତ ଲକ୍ଷଲକ୍ଷ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ ୨୪×୭ବିଦ୍ୟୁତସେବା ଯୋଗାଇ ଦେବାକୁ ରାଜ୍ୟସରକାର ପୁରୀବଡଦାଣ୍ଡ ଏବଂ ସହରରେ ମାଟିତଳେ ଇଲେକ୍ଟ୍ରୀ କେବୁଲ ସଂଯୋଗକରି ଅନବରତ ସେବାଯୋଗାଇ ଆସୁଛନ୍ତି। ଅନୁରୂପ ଭାବେ ତୃତୀୟଶ୍ରୀକ୍ଷେତ୍ର ନୀଳଗିରି ରଥଦାଣ୍ଡରେ ନିରବିଛିନ୍ନ ବିଦ୍ୟୁତ୍ ସେବାପାଇଁ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ପ୍ରଚେଷ୍ଟାରେ ଏକବର୍ଷ ପୂର୍ବେ ମାଟିତଳେ ବିଦ୍ୟୁତିକରଣ କାମହୋଇ ଚଳିତ ରଥଯାତ୍ରା ପୂର୍ବରୁ କାର୍ଯ୍ୟକ୍ଷମ ହେବାର ଥିଲା। ଯାହା ସମ୍ପୂର୍ଣ୍ଣହୋଇ ଏହି ବାବଦକୁ ବିଲପୈଠ ହୋଇଥିବା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଆଜି ଅପରାହ୍ନ ୩.୩୦ସମୟରେ ନୀଳଗିରି ସେନାପତି ପ୍ରେସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି। ମାଟିତଳେ କେବୁଲ ଲାଇନ୍ କାର୍ଯ୍ୟକ୍ଷମ ହେବାପରିବର୍ତ୍ତେ ବିଭାଗ ମାଟିଉପରେ ଏଲେକ୍ଟ୍ରି ଖୁଣ୍ଟପୋତି କରେଣ୍ଟ ଦିଆଯାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ଅଣ୍ଡରଗ୍ରାଉଣ୍ଡ କେବୁଲ ବିଛାଇବା ବାବଦରେ ୮କୋଟିରୁ ଉର୍ଦ୍ଧ୍ବଟଙ୍କା ରାଜସ୍ବ ହରିଲୁଟ୍ ହୋଇଥିବା ଅଭିଯୋଗ ଆଣି ଭିଜିଲାନ୍ସ ତଦନ୍ତ ଦାବୀକରିଛନ୍ତି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ଏହାବାଦ ପୂର୍ବ ସରକାର ଭଳି ବର୍ତ୍ତମାନର ସରକାର ଦିଲ୍ଲୀରୁ "ମାର୍ବଲ ଏଣ୍ଟରପ୍ରାଇଜର୍ସ" ନାମକ ଠିକାସଂସ୍ଥାକୁ ଏହି ଅଣ୍ଡରଗ୍ରାଉଣ୍ଡ କେବୁଲ ସଂଯୋଗପାଇଁ କାର୍ଯ୍ୟାଦେଶ ଦିଆଯାଇଥିବାରୁ ଓଡ଼ିଆ ଠିକାଦାରଙ୍କୁ ଉପହାସ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ଉପରୋକ୍ତ ଠିକାସଂସ୍ଥା ମାଟିଉପରେ ମଧ୍ୟ ଖୁଣ୍ଟ ପୋତୁଥିବାରୁ ଏଥିରେ ଘୋଟାଲା ହୋଇଥାଇପାରେ ବୋଲି ଅଭିଯୋଗ ଆଣି ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଭିଜିଲାନସ୍ ତଦନ୍ତ ଦାବୀକରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଛନ୍ତି। ଏଥିସହିତ ବିଭାଗୀୟ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଭିଜିଲାନସ୍ ଡି.ଜି, ବାଲେଶ୍ୱର ଜିଲ୍ଲାପାଳ, ଏସ. ପି ଭିଜିଲାନ୍ସଙ୍କୁ ଅବଗତ କରାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରାଜ୍ୟ
ରଥପୂର୍ବରୁ କାର୍ଯ୍ୟକାରୀ ହେଲାନି ମାଟିତଳ ବିଦ୍ୟୁତ୍ କେବୁଲ୍, ଭିଜିଲାନ୍ସ ତଦନ୍ତ ଦାବୀକଲେ ଚିତ୍ତ ଷଡ଼ଙ୍ଗୀ।
- Hits: 6







