ହରେକୃଷ୍ଣ ନଗର ଶ୍ରୀ ଶ୍ରୀ ନିତାଇ ଗୌର ଆଶ୍ରମର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,୧୩/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନିକଟସ୍ଥ ସାଦରା ରୋଡ୍ ସ୍ଥିତ ହରେକୃଷ୍ଣ ନଗର ଶ୍ରୀ ଶ୍ରୀ ନିତାଇ ଗୌର ଆଶ୍ରମର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଠାଧୀଶ ରାଜେନ୍ଦ୍ର ମହାରାଜଙ୍କ ପୌରୋହିତ୍ୟତେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଚୈତନ୍ୟ ମିଶନ୍ ର ସର୍ବଭାରତୀୟ ସମ୍ପାଦକ ଶ୍ରୀପାଦ ପର୍ବତ ମହାରାଜଙ୍କ ସମେତ ପୁରୁଷୋତ୍ତମପୁର, ସୁନାବେଡା,ମୁନିଗୁଡ଼ା, ଛତ୍ରପୁର ,ବ୍ରହ୍ମପୁର ଆଦି ଅଞ୍ଚଳର ମହାରାଜମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନ ସଭାପତି ସୁଶାନ୍ତ ମହାରଣା,ସମ୍ପାଦକ ସନ୍ତୋଷ ନାୟକ,ଉପସଭାପତି ରଙ୍କନିଧି ଗୌଡ଼,ଆଶ୍ରମର ସମସ୍ତ କମିଟି,ବ୍ରହ୍ମଚାରୀ,ଭକ୍ତ ଏବଂ ଅଞ୍ଚଳବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ବିଶାଳ ସଙ୍କୀର୍ତ୍ତନ,ଭଜନ, ସଙ୍ଗୀତ,ଶ୍ରୀକୃଷ୍ଣ ଚରିତ୍ର,ଆଧ୍ୟାତ୍ମିକ ଉପାଖ୍ୟାନ,ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୭୦୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏଥିରେ ବହୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ୍ ହୋଇ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।

0
0
0
s2sdefault