ଡ୍ରାଇଭର କୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ରେ ଯୁବକ କୋର୍ଟ ଚାଲାଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗତ କିଛି ଦିନ ତଳେ ସଦର ଥାନା ଅନ୍ତର୍ଗତ କୃପାସିନ୍ଧୁ ପୁର ଶାସନ ର ପ୍ରସାନ୍ତ ଦାସ ନାମକ ଜଣେ ଗାଡି ଡ୍ରାଇଭରକୁ ବିଭିନ୍ନ ଅସାମାଜିକ କାର୍ଯ୍ୟ ନିମନ୍ତେ ନିକଟସ୍ଥ ଗ୍ରାମର ଆର୍ ଶିବରାମ ନାମକ ଜଣେ ଅସାମାଜିକ ଯୁବକ ଡାକିଥିଲେ। କିନ୍ତୁ ପ୍ରସାନ୍ତ ମନା କରିବାରୁ ତାକୁ ଶିବରାମ କିଛି ଦିନ ହେଲା ଗୋଟିଏ ବନ୍ଦ କୋଠରୀରେ ରଖି ମାନସିକ ନିର୍ଯାତନା ଓ ଫାଇବର୍ ପାଇପ୍ ରେ ନିର୍ଦ୍ଧୁମ ମାଡ଼ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା ଓ ପ୍ରସାନ୍ତ ଉକ୍ତ କୋଠରୀରୁ ଖସି ଆସି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ରହ୍ମପୁର ଏସପି ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଏକ ଟିମ୍ ଗଠନ କରିଥିଲେ ଓ ଉକ୍ତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ତଥା ମାଡ ମାରିଥିବା ଯୁବକ ଶିବରାମକୁ ଉଠାଇ ଆଣି ଥାନାରେ ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏତଦବ୍ୟତୀତ ଘଟଣାରେ ସମ୍ପୃକ୍ତ ଅନ୍ୟ କିଛି ଅଭିଯୁକ୍ତ କୁ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ବିଶେଷ ସୁତ୍ରରୁ ଜଣାପଡିଛି ଯେ ଅଭିଯୁକ୍ତ ଯୁବକ ଜଣେ ଗୁଣ୍ଡା ଶ୍ରେଣୀର ଓ ସେ ପୀଡ଼ିତ ଯୁବକ କୁ ଗଞେଇ ଚାଲାଣ କରିବା ପାଇଁ ଗାଡ଼ି ଚଳାଇବାକୁ ଡାକି ବିଫଳ ହୋଇଥିଲା।

0
0
0
s2sdefault