ହେଡଲାଇନସ୍:

ଗଞ୍ଜେଇ ଚୋରାଚାଲାଣ : ୨୩ କେଜି ଗଞ୍ଜେଇ ସହ କାର ଜବତ୍: ୨ ଗିରଫ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ଜଗଦଳପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦିଘାଲ ନିଜ ଟିମ ସହ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଙ୍ଗନଦୀ ନିକଟରେ ଏକ ଧଳା ରଙ୍ଗର ଟାଟା ଇଣ୍ଡିକା କାର (ଓଆର୍ ୧୫ ଏନ୍ ୯୭୧୯ )କୁ ଅଟକାଇ ଯାଞ୍ଚ୍ କରିଥିବା ସମୟରେ ଏଥିରୁ ୨୩କେଜି ୨୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ସହ ବ୍ୟବହୃତ କାର୍, ଦୁଇ ଗୋଟି କି ପେଡ୍ ମୋବାଇଲ ଜବତ୍ କରିବା ସହ ଅଭିଯୁକ୍ତ ବୌଦ୍ଧ ଅଞ୍ଚଳର ମନୋଜ ଭୋଇ ଏବଂ ଡ୍ରାଇଭର ସୁଶୀଲ ମହାନନ୍ଦିଆ କୁ ଗିରଫ୍ କରି ଜଗଦଳପୁର ଥାନା କେସ ନମ୍ବର୍ ୧୦୩/୨୦୨୬ ରେ ଏକ ମାମଲା ରୁଜୁ କରାଯାଇଥିବା ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି।

0
0
0
s2sdefault