କୁଚିଣ୍ଡା,(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ (BEO) ଭାବେ ତିନି ବର୍ଷର ସଫଳ କାର୍ଯ୍ୟକାଳ ଅତିବାହିତ କରିବା ପରେ ଶୁଶ୍ରୀ ଗୀତା ପଧାନଙ୍କର ବାମରା ବ୍ଲକକୁ ବଦଳି ହୋଇଛି। ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ତାଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ଶିକ୍ଷା କ୍ଷେତ୍ର ପ୍ରତି ଅବଦାନକୁ ସ୍ମରଣ କରି ତାଙ୍କୁ ଭାବବିହ୍ୱଳ ବିଦାୟ ଜଣାଯାଇଛି। ତାଙ୍କ ନେତୃତ୍ୱରେ କୁଚିଣ୍ଡା ବ୍ଲକରେ ଶିକ୍ଷାର ଗୁଣାତ୍ମକ ବିକାଶ, ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ବିଦ୍ୟାଳୟଗୁଡ଼ିକର ସାମଗ୍ରିକ ଉନ୍ନତି ସମ୍ଭବ ହୋଇଥିଲା। ତାଙ୍କର ସରଳ ବ୍ୟକ୍ତିତ୍ୱ, ସହଯୋଗୀ ମନୋଭାବ ଏବଂ କାର୍ଯ୍ୟଦକ୍ଷତା ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି।







