ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦାଦରାଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ରବିବାର ୨୪ ତାରିଖ ୨୦୨୭ ଦିବସ ରେ ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ଏକ ବିଶାଳ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ସାଧାରଣ ଜନତାଙ୍କୁ ସେମାନଙ୍କର ଆଇନଗତ ଅଧିକାର ବିଷୟରେ ଅବଗତ କରାଇବା । ମୁଖ୍ୟ ଅତିଥି ଭାବରେ
ଶେଖ୍ ମହମ୍ମଦ କଏସ (ଅଧ୍ୟକ୍ଷ):ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ସେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଆଇନଗତ ସୁବିଧା ଏବଂ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ଡ. ଦୀପକ କୁମାର ମିଶ୍ର (SDPO): ଉପଖଣ୍ଡ ସ୍ତରୀୟ ପୁଲିସ ଅଧିକାରୀ ଡ. ଦୀପକ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ସୁରକ୍ଷା, ଘରୋଇ ହିଂସା ଆଇନ (D.V. Act), ପୋକ୍ସୋ (POCSO) ଆଇନ ଏବଂ ସମାଜରେ ଘଟୁଥିବା ବିଭିନ୍ନ ଅପରାଧର ମୁକାବିଲା କିପରି କରାଯିବ, ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ମାର୍ଗଦର୍ଶନ ଦେଇଥିଲେ
ତାଲୁକ ଆଇନ ସେବା କମିଟିର ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଏବଂ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଉପସ୍ଥିତ ରହି କୋର୍ଟ କଚେରୀ ମାମଲାର ସହଜ ସମାଧାନ ପାଇଁ 'ଲୋକ ଅଦାଲତ', ଗରିବ ଓ ଅସହାୟ ଲୋକଙ୍କ ପାଇଁ 'ନିଶୁଳ୍କ ଆଇନ ସହାୟତା' ଏବଂ ବିକଳ୍ପ ବିବାଦ ସମାଧାନ (ADR) ବ୍ୟବସ୍ଥା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକଙ୍କ ସ୍ୱାଗତ ଭାଷଣ ସହ ସଭା ଆରମ୍ଭ ହୋଇଥିଲା ।ଶେଷରେ ଦାଦରାଲୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ସ୍ରିନିବାସ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବିଦାୟ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ବହୁ ସଂଖ୍ୟାରେ ମହିଳା, ଯୁବକ ଏବଂ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଏହାର ସୁଭାଷ ପାଇଥିଲେ ।
ରାଜ୍ୟ
ଭଞ୍ଜନଗର ଦଦରାଲୁଣ୍ଡା ପଞ୍ଚାୟତରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ
- Hits: 33







