ହେଡଲାଇନସ୍:

ବ୍ରାହ୍ମଣ ସମାଜ ର ପ୍ରତିଷ୍ଠାତା ଶିବ ନାରାୟଣ ରଥଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର: ବଲାଙ୍ଗୀର ସହରର ଟିକ୍ରାପଡା ନିବାସି ତଥା ସହରରେ ବେଶ ପରିଚିତ ବ୍ଯକ୍ତି ଶିବ ନାରାୟଣ ରଥଙ୍କ ଗତକାଲି ରାତ୍ର ରେ ହୃଦଘାତ ଜନିତ ଅକାଳ ମୃତ୍ୟୁ ହୋଇ ଯାଇଛି।
ଶ୍ରୀ ରଥ ଜିଳ୍ଲା ସ୍ଵାସ୍ଥ୍ୟ ବିଭାଗ ରେ ସରକାରୀ ଚାକିରି କରି ଅବସର ଗ୍ରହଣ ହୋଇଥୁଲେ। ସହରର ସମସ୍ତଙ୍କ ଠାରେ ଶିବ ଦାଦା ଭାବରେ ପରିଚିତ ରହିଥିଲେ। ବିଭିନ୍ନ ସମାଜିକ ଅନୁଷ୍ଠାନ ମାନଙ୍କୁ ଜଡିତ ରହିଥିଲେ ମଧ୍ଯ ଜିଳ୍ଲା ବ୍ରାହ୍ମଣ ସଂଗଠନ ରେ ସମସ୍ତ ବ୍ରାହ୍ମଣ ମାନଙ୍କୁ ଏକତ୍ରୀତ କରିବା ଓ ସଂଗଠନ କୁ ମଜବୁତ କରିବାରେ ତାଙ୍କରି ହିଁ ହାତ ରହିଥିଲା। ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବାପରେ ବଲାଙ୍ଗୀର ବହୁ ବୁଦ୍ଧିଜୀବୀଙ୍କ ସମେତ ବନ୍ଧୁ ବାନ୍ଧବ ଓ ପରିଜନ ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କ ଟିକ୍ରାପଡା ବାସ ଭବନ କୁ ଯାଇଥିଲେ ।
ଏହି ମହାନ ଆତ୍ମାର ସତଗତି ନିମନ୍ତେ ଭଗବାନଙ୍କ ଠାରେ ପାର୍ଥନା କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ଆଗକୁ ବଢିବା ପାଇଁ ଅଜସ୍ର ଶକ୍ତି ପ୍ରଦାନ କରନ୍ତୁ ଏହା ହିଁ ଆମର ବିନତି।

0
0
0
s2sdefault