ଘୁମରା, ବାଘ ନାଚ, ସମର କଳାବୀର ବାଦ୍ୟ ଓ ସାନ୍ତାଳୀ ନୃତ୍ୟ ପାଲଟିଲା ବିଶେଷ ଆକର୍ଷଣ
ପଦ୍ମପୁର :- ସ୍ଥାନୀୟ ଟାଉନ୍ କ୍ଲବ ଦ୍ବାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚ ରେ ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାର ଙ୍କୁ ଏକତ୍ରିତ କରି ବୋଡ଼ାସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ ପ୍ରାନ୍ତର ସଂସ୍କୃତି କୁ ଏକ କରି ବିଶ୍ୱ ଦରବାର କୁ ପହଞ୍ଚାଇବା ପାଇଁ ଏହି ମହୋତ୍ସବ ର ଆୟୋଜନ। ସ୍ଥାନୀୟ ଲୋକ ସଂସ୍କୃତି ପରମ୍ପରା , ଲୋକ ନୃତ୍ୟ, ଗୀତ ସମେତ ଲୁପ୍ତ ହେବାକୁ ବସୁଥିବା ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତକୁ ପ୍ରାଧାନ୍ୟ ଦେଇ ଗତ ୪ ବର୍ଷ ହେବ ଟାଉନ କ୍ଳବ ତଫରୁ ଆୟୋଜିତ ହୋଇ ଆସୁଛି ପଦ୍ମପୁର ଲୋକ ମହୋତ୍ସବ। ତେବେ ଏଥର ପଞ୍ଚମ ଥର ପାଇଁ ଟାଉନ୍ କ୍ଲବ ପକ୍ଷରୁ ପାଞ୍ଚ ଦିନ ଧରି ମହୋତ୍ସବ ଆୟୋଜିତ ହେଉଛି। ତେବେ ଏନେଇ ଆଜି ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହୋଇଯାଇଛି ମହୋତ୍ସବ। ପରମ୍ପରିକ ଗଣା ବାଜା, ଘୁଡକା, ଆଦି ପ୍ରାୟ ୧୮ଗୋଟି ସ୍ଥାନୀୟ ସାଂସ୍କୃତିକ ଦଳ ସହ କେଉଁଝର ର ସାନ୍ତାଳୀ ନୃତ୍ୟ, ବ୍ରହ୍ମପୁର ର ବାଘ ନାଚ, ଧର୍ମଗଡ଼ ର ବୀର ବାଦ୍ୟ ଘୁମୁରା ସହ ପୁରୀ ର ସମର କଳା ଓ ଛତିଶଗଡ ବିଳାଶପୁର ପରି ବାହାର ରାଜ୍ୟ ର ଲୋକନୃତ୍ୟ ପରମ୍ପରା କୁ ମଧ୍ୟ ଏହି ଶୋଭାଯାତ୍ରା ରେ ସ୍ଥାନ ପାଇଥିବା ବେଳେ ମୋଟ ୨୫ରୁ ଅଧିକ ଦଳ ସହ ୪୦୦ରୁ ଅଧିକ କଳାକାର ଯୋଗ ଦେଇଥିଲେ। ସେହିପାରି ବିଭିର୍ନ ବିଭାଗ ଏବଂ ସ୍କୁଲ ପକ୍ଷରୁ ବିଭିର୍ନ ଜନ ସଚେତନତା ତଥା ଦେଶ ର ବୀରତ୍ୱ କୁ ଦର୍ଶଉଥିବା ଝାଙ୍କି ଯେପରିକି ଜଙ୍ଗଲ ସୁରକ୍ଷା, ସାଇବର ସଚେତନତା, ସ୍ଵଛଭାରତ, ଶ୍ରୀରାମ ଜନ୍ମ ଭୂମି, ପାରମ୍ପରିକ ଜୋଗ କଳା ର ବିଜ୍ଞାନ କୌଶଲ କୁ ଦର୍ଶଉଥିବା ପାରି ବୋହୁ ସୁନ୍ଦର ଝାଙ୍କି ମାନ ମଧ୍ୟ ସ୍ଥାନ ପାଇଥିଲା। ଏହି ଶୋଭାଯାତ୍ରା ସ୍ଥାନୀୟ ଅଶୋକ ପଡିଆ ରୁ ପୂଜାର୍ଚନା ସହ ଏକତା ର ମଶାଲ ପ୍ରଜ୍ବଳିତ କରି ବାହାରି ସମଗ୍ର ନଗର ପରିକ୍ରମା କରିଥିବା ବେଳେ ବିଶେଷ କରି ବୋଡାସମ୍ବର ର ପୁରାତନ ଝଙ୍କର ପରମ୍ପରା ମଧ୍ୟ ଏହି ଶୋଭାଜତ୍ରା ରେ ଦେଖିବାକୁ ମିଳିଛି। ପୁରାତନ ବୋଡାସମ୍ବର ଐତିହ ରେ ବିଭିର୍ନ ପ୍ରାନ୍ତରେ ବିଭିର୍ନ ସମ୍ପ୍ରଦାୟ ର ଜଣେ ଜଣେ ଗ୍ରାମ୍ୟ ବା ପ୍ରାନ୍ତ ପୂଜକ ରହୁଥିଲେ ଯାହାଙ୍କୁ ଝଙ୍କର ନାମରେ ପରିଚୟ ଦିଆଯାଉଥିଲା। ତେବେ ସମୟ ସହ ଏହି ପରମ୍ପରା ହଜିବାକୁ ବସୁଥିବା ବେଳେ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ତରଫରୁ ଝଙ୍କାର ଦାୟିତ୍ୱ ରେ ଥିବା ବର୍ତ୍ତମାନ ପିଢ଼ି ର ପ୍ରତିନିଧି ଙ୍କୁ ମହୋତ୍ସବ ରେ ସମ୍ମାନିତ କରିବା ସହ ଶୋଭାଯାତ୍ରା ରେ ସ୍ଥାନ ଦିଆଯିବା ଏକ ଉଚ୍ଚ କୋଟିର ପ୍ରୟାସ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରମ୍ପରା ଓ ସାଂସ୍କୃତି କୁ ବଞ୍ଚାଇବା ପାଇଁ ହିଁ ମହୋତ୍ସବର ଆୟୋଜନ ବୋଲି କମିଟି ପକ୍ଷରୁ କୁହାଯାଇଥିଲା। ତେବେ ଦିର୍ଘ ୧୫ ଦିନ ଧରି ବାଣିଜ୍ୟ ମେଳା ମଧ୍ୟ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ ସହ ବିଭିନ୍ନ ରାଜ୍ୟର ଖାଦ୍ୟ ସାମଗ୍ରୀ, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ, ବସ୍ତ୍ର, ଆଭୁଷଣ ପ୍ରଭୃତି ସାମଗ୍ରୀ ବିକ୍ରି ହେଉଛି। ଏହାସହ ମୀନା ବଜାର ମଧ୍ୟ ମଜା ନେଉଛନ୍ତି ଲୋକେ।











