ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଭାପୁର ସାମ୍ବାଦିକ ପ୍ରଭାତ କୁମାର ବରାଡ଼ଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନୀରବତା ଓ ପକ୍ଷପାତିତାକୁ ନେଇ ଆଜି ସାମ୍ବାଦିକମାନେ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଗତ ୨୦ ତାରିଖ ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଜନିତ ଖବର ସଂଗ୍ରହ ସମୟରେ ଭାପୁର ବ୍ଲକ ବିଜିପୁରଠାରେ ନିକଟସ୍ଥ ଲହଙ୍ଗାପଲ୍ଲୀ ଗ୍ରାମର ଲକ୍ଷ୍ମୀଧର ନାୟକ ସାମ୍ବାଦିକ ପ୍ରଭାତଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଘଟଣାକୁ ନେଇ ପ୍ରଭାତ ଫତେଗଡ଼ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଚୁପ ବସିଛି । ଜାଣିଶୁଣି ଅଭିଯୁକ୍ତ ବିରୁଦ୍ଧରେ କୋହଳ ଦଫା ଲଗା ଯାଇଛି । ଏହା ସହିତ ଅଭିଯୁକ୍ତ ଏତଲା ଆଧାରରେ ସାମ୍ବାଦିକଙ୍କ ନାଁରେ ମିଥ୍ୟା ମାମଲା ରୁଜୁ କରାଯାଇଛି । ଏନେଇ ଖଣ୍ଡପଡ଼ା ବ୍ଲକ ଜନଶୁଣାଣିରେ ନୟାଗଡ଼ ଜିଲ୍ଲାପାଳଙ୍କୁ ସାମ୍ବାଦିକମାନେ ସାକ୍ଷାତ କରି ଦାବି ଜଣାଇଥିଲେ । ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଏସ୍ପି ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଆଲୋଚନା କରିଥିଲେ । କୈାଣସି ସୁଫଳ ନମିଳିବାରୁ ଆଜି ସାମ୍ବାଦିକମାନେ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପଣ୍ଡା ଆସି ସାମ୍ବାଦିକଙ୍କ ସହ ଆଲୋଚନା କରିଥିବା ବେଳେ ଦାବି ପୁରଣା ନେଇ କୈାଣସି ପ୍ରତିଶ୍ରୃତି ମିଳିପାରିନଥିଲା । ଯାହାକୁ ନେଇ ଆସନ୍ତାକାଲି ଧାରଣାକୁ ଜୋରଦାର କରିବାକୁ ସଂଘ ପକ୍ଷରୁ ସ୍ଥିର କରାଯାଇଛି । ଆଜିର ଧାରଣାରେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଭାପୁର ସାମ୍ବାଦିକ ଶୁଭେନ୍ଦ୍ର କୁମାର ପଟ୍ଟନାୟକ, ଗୀତିକାନ୍ତ ପଣ୍ଡାଙ୍କ ସମେତ ବହୁ ସାମ୍ବାଦିକ ସାମିଲ ରହିଥିଲେ ।
ରାଜ୍ୟ
ଭାପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା:ନ୍ୟାୟ ପାଇଁ ଏସ୍ପି ଅଫିସ ଆଗରେ ଧାରଣା
- Hits: 5











