ନୟାଗଡ଼:- ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ, ଆଗ୍ରାର ରିଜିଓନାଲ ଡାଇରେକ୍ଟର ରଂଜନ କୁମାର ଦାଶ ଯୋଗଦେଇ ମଞ୍ଚରେ ସ୍ଥାପିତ ଠାକୁରଙ୍କ ପ୍ରତିମୂର୍ତ୍ତି ଏବଂ ନେହେରୁଙ୍କ ପ୍ରତିଛବିରେ ଧୂପଦୀପ ପ୍ରଦାନ ପୂର୍ବକ ପୁଷ୍ପମାଲ୍ଯାର୍ପଣ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ବିଷୟ ରେ ଆଲୋଚନା କରିବା ସହିତ ଶିଶୁ ମାନଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ଶ୍ରଦ୍ଧା ପାଇଁ ଆଜିର ଏହି ଦିବସଟି ସମଗ୍ର ଭାରତ ବର୍ଷରେ ଶିଶୁ ଦିବସ ରୂପେ ଆନନ୍ଦ ଉଲ୍ଲାସରେ ଉଦଭାସିତ ବୋଲି କହିବା ସହିତ ଭଲ ପାଠ ପଢି ଡାକ୍ତର ହୁଅ ଇଂଜିନିୟର ହୁଅ,କଲେକ୍ଟର ହୁଅ ଯେଉଁ ପ୍ରକାର ବଡ଼ ମଣିଷ ହେବାକୁ ଚାହୁଁଛ ବଡ଼ ମଣିଷ ହୁଅ ମନା ନାହିଁ କିନ୍ତୁ ଭଲ ମଣିଷ ହେବା ପାଇଁ ଚେ଼ଷ୍ଟା କର ଏବଂ ଜୀବନରେ କେବେହେଲେ ନିଜ ପିତାମାତାଙ୍କୁ ଭୁଲ ନାହିଁ ବୋଲି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ଯବକ୍ତା ଭାବେ ବିଶିଷ୍ଟ ସାହିତ୍ଯିକ, ନାଟ୍ୟକାର ତଥା ନାଟ୍ଯ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଆଗ୍ରାର ପ୍ରଫେସର ପ୍ରତାପ ଚନ୍ଦ୍ର ସିଂହ ଯୋଗଦେଇ ଆଜିର ଶିଶୁ ଦିବସ ଅବସରରେ କୌତୁକ ପୋଷାକ ପ୍ରତିଯୋଗିତା ପାଇଁ କୌତୁକିଆ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁ ମାନଙ୍କୁ ସେହି ବେଶ ହେବାର ଅଭିପ୍ରାୟ ଓ ଲକ୍ଷ୍ଯ ବିଷୟରେ ପ୍ରଶ୍ନ କରି ଶିଶୁ ମାନଙ୍କୁ ଶିକ୍ଷଣୀୟ ଉପଦେଶ ଦେଇଥିଲେ। ବିଦ୍ଯାଳୟ ସଂପାଦକ ଶ୍ରୀଯୁକ୍ତ ସାହୁ ମୁଖ୍ଯ ଅତିଥିଙ୍କ ସନ୍ଦେଶକୁ ଦୋହରାଇ ସ୍ବାମୀ ବିବେକାନନ୍ଦ ପିଲାବେଳେ କିଭଳି ଦୁଷ୍ଟ ଥିଲେ ଆଉ ବଡହେଲା ପରେ ବିଶ୍ବ ବିଜୟୀ ବିବେକାନନ୍ଦରେ ପରିଣତ ହୋଇଥିଲେ, ସେ ବିଷୟରେ ବକ୍ତବ୍ଯ ରଖିଥିଲେ। ଶିଶୁସଭା ଅନ୍ତେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡାକ୍ତର, ପାଗଳ, ଚୁଡିବାଲି, ଫୁଲବାଲି, ଚକୋଲେଟ୍ ବାବା ଆଦି ଅନେକ ବେଶଭୂଷା ହୋଇ ଥିବା ଶିଶୁ ମାନେ ନିଜ ନିଜର ଅଭିନୟ ପରିବେଷଣ କରିଥିଲେ। ଅର୍ଚ୍ଚନା ଗୁରୁମା, ପୁଷ୍ପିତା ଗୁରୁମା, ପବିତ୍ର ଗୁରୁଜୀ, ରଂଜନ ଗୁରୁଜୀ ଓ ଦିଲ୍ଲୀପ ଗୁରୁଜୀ ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ। ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ଶିଶୁ ଓ ସେମାନଙ୍କର ଅଭିଭାବକଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
ରାଜ୍ୟ
ନୟାଗଡ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ
- Hits: 3











