ହେଡଲାଇନସ୍:

ସାଇବର ସଚେତନତା ଉପଲକ୍ଷେ ୱାକାଥନ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର, ତା ୧୪.୧୧. ୨୦୨୫/ସୁମନ୍ତ କୁମାର ଦାସ

ଆଜି ପୂର୍ବାହ୍ନରେ ସାଇବର ସଚେତନତା ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ଠାରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ୱାକାଥନ ର ଆୟୋଜନ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସତ୍ୟବ୍ରତ ଦାଶ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆଜୀଙ୍କ୍ୟ ମାଣେ, ପ୍ରମୁଖ ଉପସ୍ଥିତ ରହି ଏହି ୱାକାଥନ ର ଉଦଘାଟନ କରିଥିଲେ। ପଦଯାତ୍ରା କରି ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ସହ ସମସ୍ତେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ପହଞ୍ଚିଥିଲେ। ସେଠାରେ ଦୁଃଖୀରାମ ସ୍ୱାଇଁ କଳା ପ୍ରତିଷ୍ଠାନ ଦ୍ୱାରା ସାଇବର ସଚେତନତା ଧର୍ମି ନୁକକଡ ନାଟକ ପ୍ରଦର୍ଶିତ ହୋଇଥିଲା। ସାଇବର ସଚେତନତା ମାସ୍କଟ ସାଇରା ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।ଏହି ପଦଯାତ୍ରା ରେ କ୍ରୀଡା ଛାତ୍ରଛାତ୍ରୀ,ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ, ଜଗତିଂହପୁର ଜିଲ୍ଲାର ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଭାଗ ନେଇଥିଲେ।

0
0
0
s2sdefault