ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତହସିଲ ଛକ ନିକଟରେ ଏକ ସ୍କୁଟି ସହ ପିକପ୍ ଗାଡ଼ି ( ଓଡ଼ି୦୫ବି୪୯୭୪) ଦୁର୍ଘଟଣା ଘଟିଛି। ଦୃଘଟଣାରେ ବାପା ଗୁରୁତର ହୋଇ ପ୍ରଥମେ ବାଲିକୁଦା ମେଡିକାଲ୍ ପରେ କଟକ ବଡ ମେଡି଼ିକାଲ ସ୍ଥାନାନ୍ତର ହୋଇଥିବା ବେଳେ ଝିଅ ଆହାତ ହୋଇଛନ୍ତି l ଦୃଘଟଣାରେ ଆହାତ ସ୍କୁଟି ଚାଳକ କଁପୁର ଗ୍ରାମର ଶରତ ଚନ୍ଦ୍ର ଦାସ ଓ ତାଙ୍କ ଝିଅ l
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଆହାତଙ୍କୁ ମେଡିକାଲ୍ କୁ ପଠାଇଛନ୍ତି l ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।











