ଓଡଗାଁ, ୧୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଶରଣକୂଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ବ୍ଲକ ଅଙ୍ଗିସିଙ୍ଗି ଗ୍ରାମର ମୃତକ ଭରତ ଦାସ ବାର୍ଷିକ ମାତ୍ର ୨୦ ଟଙ୍କା ପ୍ରିମିୟମ ଦେଇ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ସେ ଇତି ମଧ୍ୟରେ ମୃତ୍ୟୁ ବରଣ କରିଥିଲେ । ବୁଧବାର ଶାଖା ପରିଚାଳକ ମହେଶ୍ୱର ପଣ୍ଡା ଓ ସହକାରୀ ପରିଚାଳକ ଆଶିଷ କୁମାର ସେଠୀ ମୃତକ ଭରତଙ୍କ ଏକମାତ୍ର ପୁତ୍ର କୈଳାଶ ଚନ୍ଦ୍ର ଦାସଙ୍କୁ ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଅତ୍ୟନ୍ତ ଗରିବ ଶ୍ରେଣୀର କୈଳାଶ ବାପାଙ୍କ ମୃତ୍ୟୁ ପରେ ଏହି ବୀମା ରାଶି ଗ୍ରହଣ କରିବା ବେଳେ ଅନ୍ୟମାନେ ମଧ୍ୟ ଏହି ଭଳି ବୀମା ଭୁକ୍ତ ହୋଇ ଉପକୃତ ହେବାକୁ କହିଛନ୍ତି ।
ରାଜ୍ୟ
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ
- Hits: 47











