ଶ୍ରୀରଘୁନାଥଜିଉଙ୍କ ବରିଷ୍ଠ ପୂଜକ, ହିନ୍ଦି ଶିକ୍ଷକ ତଥା ଖବରଦାତାଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀ ରଘୁନାଥ ଜିଉଙ୍କ ବରିଷ୍ଠ ପୂଜକ, ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ଦୁର୍ମୁଖର ଖବରଦାତା ଭାବେ କାର୍ଯ୍ୟ କରିଥିବା ବ୍ରଜ କିଶୋର ନନ୍ଦଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇଥିଲା ବେଳେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତି କରିବା ପରେ ତାଙ୍କର ପରଲୋକ ଘଟିଥିଲା । ବୁଧବାର ସକାଳେ ଆଦର୍ଶ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ବଡପୁଅ ବିଭୁପ୍ରସାଦ ମୁଖାଗ୍ନି ପ୍ରଦାନ କରିଥିବା ବେଳେ ବହୁ ସଂଖ୍ୟାରେ ପୁରାତନ ଛାତ୍ର, ପୂଜକ ପରିଷଦ ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ଏବଂ ବରିଷ୍ଠ ପୂଜକ ସୁବେଦାର ବିଜୟ କୁମାର ଦାଶ, ପୂଜକ ପରିଷଦ ସଭାପତି ପ୍ରଫୁଲ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର ଓ ସାରସ କୁମାର ମିଶ୍ରଙ୍କ ସହିତ ବହୁ ଛାତ୍ର ଓ ବୁଦ୍ଧିଜୀବୀମାନେ ଶୋକବ୍ୟକ୍ତ କରିଛନ୍ତି ।

0
0
0
s2sdefault