ହେଡଲାଇନସ୍:

ଇଣ୍ଡିଆନ୍‍ ଇନଷ୍ଟିଚୁ୍ୟଟ ଅଫ୍‍ ଆର୍କିଟେକ୍ଟସ୍‍ ଓଡ଼ିଶା ଚାପ୍ଟର ଉପସ୍ଥାପନ କରୁଛି ଡିଜାଇନ କାର୍ଣ୍ଣିଭାଲ ଆଣ୍ଡ୍‍ ବିଲ୍‍ଡ ଏକ୍ସପୋ ୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଇଣ୍ଡିଆନ ଇନ୍‍ଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‍ ଓଡ଼ିଶା ଚାପ୍ଟର ପକ୍ଷରୁ ଏହାର ଅଗ୍ରଣୀ ବାର୍ଷିକ କାର୍ଯ୍ୟକ୍ରମ ଡିଜାଇନ କାର୍ଣ୍ଣିଭାଲ ଆଣ୍ଡ୍‍ ବିଲ୍‍ଡ ଏକ୍ସପୋ ୨୦୨୫ ପୁନଃ ଆୟୋଜନ ସମ୍ପର୍କରେ ଗର୍ବର ସହିତ ଘୋଷଣା କରାଯାଇଛି । ଏହା ନଭେମ୍ବେର ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ପଟିଆସ୍ଥିତ ହୋଟେଲ କ୍ରିଷ୍ଟାଲ କ୍ରାଉନରେ ଆୟୋଜିତ ହେବାକୁ ଯାଉଛି । ଚଳିତ ବର୍ଷ ଏହାର ବିଷୟବସ୍ତୁ ରଖାଯାଇଛି “ଏଆଇ-ଆର୍କିଟେକ୍‍ଚର ଇଣ୍ଟେଲିଜେନ୍ସ”, ଯାହା କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାପତ୍ୟଗତ ଡିଜାଇନକୁ ନେଇ ହେଉଥିବା ନୂତନ ଆଲୋଚନାକୁ ଆଗକୁ ବଢାଇବା ସହିତ ପ୍ରଯୁକ୍ତି କିଭଳି ମାନବୀୟ ସୃଜନଶୀଳତାରେ ବୃଦ୍ଧି ଘଟାଇ ପାରିବ, ଡିଜାଇନ ପ୍ରକ୍ରିୟାରେ ବିପ୍ଳବ ଆଣିବ ଏବଂ ଆମର ନିର୍ମାଣ ପରିବେଶର ଭବିଷ୍ୟତକୁ କିଭଳି ରୂପରେଖ ପ୍ରଦାନ କରିବ ସେ ସମ୍ପର୍କରେ ସମ୍ଭାବ୍ୟତା ଅନୁଧ୍ୟାନ କରୁଛି ।
ପ୍ରତିବର୍ଷ ଭଳି ଡିଜାଇନ କାର୍ଣ୍ଣିଭାଲ ଆଣ୍ଡ୍‍ ବିଲ୍‍ଡ ଏକ୍ସପୋ ଜ୍ଞାନର ଆଦନ ପ୍ରଦାନ, ଡିଜାଇନକୁ ନେଇ ଖୁସି ମନାଇବା, ପ୍ରତିଯୋଗିତା ତଥା କର୍ମଶାଳା ଆଦିରଏକ ପ୍ରେରଣାଦାୟୀ ସଙ୍ଗମ ହେବାର ପ୍ରତିଶୃତି ପ୍ରଦାନ କରୁଛି, ଯାହା ସ୍ଥପତି, ଶିକ୍ଷାବିତ୍‍, ଛାତ୍ର ଛାତ୍ରୀ ଏବଂ ସମଗ୍ର ଓଡ଼ିଶାରୁ ଶିଳ୍ପ ବୃତ୍ତିଧାରୀଙ୍କୁ ଏକତ୍ର କରାଇବାକୁ ଯାଉଛି ।
ଏହି କାର୍ଯ୍ୟକ୍ରମକୁ ନଭେମ୍ବର ୧୪ ତାରିଖରେ ଶ୍ରୀ ମନୋଜ ଆହୁଜା, ଆଇଏଏସ, ଓଡ଼ିଶା ସରକାରଙ୍କର ସମ୍ମାନନୀୟ ମୁଖ୍ୟ ଶାସନ ସଚିବ, ଇଣ୍ଡିଆନ ଇନ୍‍ଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‍ ଏବଂ କାଉନସିଲ ଅଫ ଆର୍କିଟେକ୍‍ଚର ସଦସ୍ୟବୃନ୍ଦଙ୍କ ଉପସ୍ଥିତିରେ ଉଦ୍‍ଘାଟନ କରିବେ । ସେଦିନ ସନ୍ଧ୍ୟାରେ ଜନସାଧାରଣଙ୍କ ନିମନ୍ତେ ବିଲ୍‍ଡ ଏକ୍ସପୋ ୨୦୨୫ର ଭବ୍ୟ ଶୁଭାରମ୍ଭ ହେବ, ଯେଉଁଥିରେ କୋଠାବାଡି ଓ ନିର୍ମାଣ ଶିଳ୍ପର ଅଗ୍ରଣୀ ବ୍ରାଣ୍ଡ୍‍ ଏବଂ ନବସୃଜନଗୁଡିକ ପ୍ରଦର୍ଶିତ ହେବ । ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିବ ବିଶିଷ୍ଟ ସ୍ଥପତି ଏଆର୍‍. ନୁରୁ କରିମଙ୍କ ଦ୍ୱାରା ମାଷ୍ଟର କ୍ଲାସ, ଯାହା ସ୍ଥାପତ୍ୟ, ସହରୀକରଣ ଏବଂ କଂପୁ୍ୟଟେସନାଲ ଡିଜାଇନ ଉପରେ ଦୃଷ୍ଟିନିବଦ୍ଧ କରିବ ।
ନଭେମ୍ବର ୧୫ ତାରିଖ ଦ୍ୱିତୀୟ ଦିବସରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକାଧିକ ପ୍ରତିଯୋଗିତା ଏବଂ କର୍ମଶାଳା ଆଦି ଆୟୋଜନ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାର ସ୍ଥାପତ୍ୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ସହଯୋଗୀତାକୁ ପ୍ରୋତ୍ସାହିତ କରିବ । ଏଆର୍‍ ସାହିଲ ତନଭୀରଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ମାଷ୍ଟର ଅଧିବେଶନ ସ୍ଥାପତ୍ୟ, କୃତ୍ରିମ ବୁଦ୍ଧିମତା ଏବଂ ଆନୁମାନିକ ଡିଜାଇନ ଆଦିର ଛେଦନଗୁଡିକ ସମ୍ଭାବ୍ୟତା ଅନୁଧ୍ୟାନ କରିବା ସହିତ କୃତ୍ରିମ ବୁଦ୍ଧିମତା (ଏଆଇ) କିଭଳି ଆମର ସହର ଏବଂ ସଂସ୍କୃତିକୁ ଏକ ରୂପରେଖ ପ୍ରଦାନ କରିବାରେ ସୃଜନଶୀଳ ସହଭାଗୀ ଭାବରେ କାର୍ଯ୍ୟ କରିପାରିବ ତାହା ପରୀକ୍ଷା ନିରୀକ୍ଷା କରାଯିବ ।
ସେହି ଦିନ ସନ୍ଧ୍ୟାରେ “ସିନର୍ଜି ଇନ୍‍ ଆର୍କିଟେକ୍‍ଚର: ଡାଏଲଗ୍‍ ବିଟୁଇନ୍‍ ଦି ସିଓଏ, ଆଇଆଇଏ, ଏକାଡେମିଆ ଆଣ୍ଡ୍‍ ପ୍ରାକ୍‍ଟାଇଜିଂ ଆର୍କିଟେକ୍ଟସ୍‍” ଶୀର୍ଷକ ଦଳଗତ ଆଲୋଚନା ଅନୁଷ୍ଠିତ ହେବ । ତାହାପରେର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ରାତ୍ରଭୋଜ ଅନୁଷ୍ଠିତ ହେବ, ଯାହା ସ୍ଥାପତ୍ୟ ସମୁଦାୟଙ୍କ ମଧ୍ୟରେ ସୋ÷ହାର୍ଦ୍ଧ୍ୟପୂର୍ଣ୍ଣ ଭାବକୁ ପାଳନ କରିବ ।
ଅନୁରୂପ ଭାବରେ ନଭେମ୍ବର ୧୬ ତାରିଖ ଶେଷ ଦିବସରେ ବହୁ ପ୍ରତୀକ୍ଷିତ ଷ୍ଟ୍ରିଟ୍‍ କାର୍ଣ୍ଣିଭାଲ ମାଷ୍ଟରକ୍ୟାଣ୍ଟିନର ଜନପଥରେ ଭୁବନେଶ୍ୱର ମହାନଗର ନିଗମ ସହଯୋଗୀତାରେ ଆୟୋଜିତ ହେବ । ତାହାକୁ ବିଏମ୍‍ସିର କମିଶନର ଶ୍ରୀ ଚଞ୍ଚଲ ରାଣା, ଆଇଏଏସ୍‍ ଉଦ୍‍ଘାଟନ କରିବେ । ସ୍ଥପତି ଏବଂ ଛାତ୍ର ଛାତ୍ରୀମାନଙ୍କର ସୃଜନଶୀଳତାକୁ ପ୍ରଦର୍ଶନ କରୁଥିବା ପବ୍ଲିକ ଆର୍ଟ, ଡିଜାଇନ ସ୍ଥାପନ ଏବଂ କାର୍ଯ୍ୟକ୍ରମ ଆଦି ଏଥିରେ ସ୍ଥାନ ପାଇବ ।
ପରେ ଆଇଆଇଏ ଓଡ଼ିଶା ଚାପ୍ଟରର ନୂତନ କାର୍ଯ୍ୟାଳୟ ପରିସର ଆଇଆଇଏ ପ୍ରେସିଡେଣ୍ଟଙ୍କ ଦ୍ୱାରା ଉଦ୍‍ଘାଟିତ ହେବ ଯାହା ଓଡ଼ିଶା ଚାପ୍ଟର ଯାତ୍ରାରେ ଏକ ଗର୍ବିତ ମାଇଲଖୁଣ୍ଟ ହେବ । ସନ୍ଧ୍ୟାରେ ଉଦ୍‍ଯାପନୀ ଉତ୍ସବରେ ଶ୍ରୀମତୀ ମୁଗ୍ଧା ସିହ୍ନା, ଆଇଏଏସ୍‍, ମ୍ୟାନେଜିଂ ଡାଇରେକ୍ଟର, ଭାରତ ପର୍ଯ୍ୟଟନ ଉନ୍ନୟନ ନିଗମ, ଭାରତ ସରକାର ଯୋଗଦେବେ । ଏହି ଅବସରରେ ସ୍ଥାପତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ପ୍ରଦାନ କରାଯିବ । ଉକ୍ତ ସମ୍ମାନ ଓ ପୁରସ୍କାରଗୁଡିକ ମଧ୍ୟରେ ଏଆର. ଓଟ୍ଟୋ କୋନିଗ୍‍ସବର୍ଜର ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ, ସ୍ଥାପତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏଆର. କେ.ବି.ମହାପାତ୍ର ଆୱାର୍ଡ, ଏଆର. ସୋ÷ରାଷ୍ଟ୍ର ଦାସ ୟଙ୍ଗ ଆର୍କିଟେକ୍ଟ ଅଫ୍‍ ଦି ଇୟର (ଶ୍ରେଷ୍ଠ ଥେସିସ), ଏଆର. ଶ୍ରୀକାନ୍ତ ପାଇକରାୟ ଆର୍କିଟେକ୍ଟ ଅଫ୍‍ ଦି ଇୟର, ଡିଜାଇନ କାର୍ଣ୍ଣିଭାଲ ଆୱାର୍ଡ ୨୦୨୩- ପ୍ରୋଜେକ୍ଟ ଅଫ ଦି ଇୟର (ଇନଷ୍ଟିଚୁ୍ୟସନାଲ/କମର୍ସିଆଲ), ଡିଜାଇନ କାଣ୍ଣିଁଭାଲ ଆୱାର୍ଡ ୨୦୨୩- ପ୍ରୋଜେକ୍ଟ ଅଫ୍‍ ଦି ଇୟର (ରେସିଡେନ୍‍ସିଆଲ)- ଡିଜାଇନ କାର୍ଣ୍ଣିଭାଲ ଆୱାର୍ଡ ୨୦୨୩- ପ୍ରୋଜେକ୍ଟ ଅଫ୍‍ ଦି ଇୟର (ଇଣ୍ଟେରିୟର ଡିଜାଇନ) ଏବଂ ତାହାସହିତ ଅନେକ ଷ୍ଟୁଡେଣ୍ଟ ଏକ୍ସଲେନ୍ସ ଆୱାର୍ଡ ରହିଛି ।
ଏହାର ନବସୃଜନ, ଶିକ୍ଷଣ ଏବଂ ଉତ୍ସବ ପାଳନର ସମ୍ମିଶ୍ରଣ ସହିତ ଡିଜାଇନ କାର୍ଣ୍ଣିଭାଲ ଆଣ୍ଡ୍‍ ବିଲ୍‍ଡ ଏକ୍ସପୋ ୨୦୨୫ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ହେବାର ପ୍ରତିଶୃତି ରଖୁଛି ଯାହା ସ୍ଥାପତ୍ୟ କିଭଳି ବୁଦ୍ଧିମତା, ପ୍ରଯୁକ୍ତି ଏବଂ ମାନବୀୟ ଉତ୍ସାହ ସହିତ ନିୟୋଜିତ ହେଉଛି ତାହାକୁ ପୁନଃଭାଷିତ କରିବ ।

0
0
0
s2sdefault