ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୧୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଡଙ୍ଗରିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀଙ୍କୁ ନେଇ ଖାଦ୍ୟ ମେଳା ଓ ଚିତ୍ର କଳା ପ୍ରଦର୍ଶନୀ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଇଓ ରଶ୍ମିତା ନେତମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଜୟ ବଲ୍ଲଭ ପଣ୍ଡା, ବିଆରସିସି ଭଗବାନ ମାଝୀ, ଏବିଇଓ ସନ୍ତୋଷ କୁମାର ସାହୁ, ସିଆରସିସି ପ୍ରସନ୍ନ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବ୍ୟବସାୟିକ ଜ୍ଞାନ ବୃଦ୍ଧି ସାଙ୍ଗକୁ ଗାଣିତିକ ହିସାବ ସମ୍ବନ୍ଧରେ ଜ୍ଞାନ ଆହୋରଣ କରିବା ଏହି ଖାଦ୍ୟ ମେଳାର ଉଦ୍ଦେଶ୍ୟ ରହିଥିଲା।ଛାତ୍ରଛାତ୍ରୀ ମାନେ କିଭଳି ଅଭିଭାବକ ଓ ଶିକ୍ଷକ ଙ୍କ ବିନା ଖାଦ୍ୟ କ୍ରୟ, ବିକ୍ରୟ ର ହିସାବ କରିପାରିବା ସହ ଦୋକାନ ରେ ଯେଭଳି ଠକାମୀ ର ଶିକାର ହେବେ ନାହିଁ ସେ ନେଇ ଏହି ପାରମ୍ପାରିକ ଖାଦ୍ୟ ମେଳା ପ୍ରତିବର୍ଷ ବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହେଉଛି।ଛାତ୍ର ଛାତ୍ରୀ ମାନେ ବହୁଳ ସଂଖ୍ୟାରେ ଏହି ଖାଦ୍ୟ ମେଳାରେ ଯୋଗ ଦେଇଥିବା ବେଳେ ଭଳିକି ଭଳି ପାରମ୍ପାରିକ ଓଡିଆ ଖାଦ୍ୟ ସହ ସୁସ୍ୱାଦୁ ବ୍ୟେଞ୍ଜନ ପ୍ରସ୍ତୁତ କରି ବିକ୍ରୟ କରିଥିଲେ। ଖାଦ୍ୟ ମେଳା ରେ ଅତିଥି ମାନେ ନାନା ପ୍ରକାର ଖାଦ୍ୟର ମଜା ନେଇଥିଲେ। ସେହିପରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବହୁ ସୁନ୍ଦର ଚିତ୍ରକଳା ପ୍ରଦର୍ଶନ କରାଯାଇଥିଲା। ଖାଦ୍ୟ ମେଳା ରେ ପ୍ରଥମ ସ୍ଥାନ ଏଲ କେ ଲଳିତ କୁମାର ଦ୍ବିତୀୟ ଲୋକନାଥ ପଟ୍ଟନାୟକ ଓ ଖିରୋଜ ମାଝୀ ତଥା ତୃତୀୟ ସ୍ଥାନ ଦିବ୍ୟାଶ୍ରୀ ପାତ୍ର ହାସଲ କରିଥିଲେ। ସେହିପରି ଚିତ୍ର କଳାରେ କରୁଣାମୟୀ ଭତରା ପ୍ରଥମ ଦିବ୍ୟାଶ୍ରି ପାତ୍ର ଦ୍ଵିତୀୟ ଓ ଆଦ୍ୟାଂଶ ନିଶଙ୍କ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ନିଗମାନନ୍ଦ ନାୟକ, ସିବାଂସୁ ପଣ୍ଡା, ଦିଗାମ୍ବର ବେହେରା, ରୋହିତ ବାଗ, ପ୍ରଜ୍ଞାଦିପ୍ତ ପାତ୍ର, ଶରତ ଦଳେଇ,ଅମୂଲ୍ୟ ବୈଠାରୁ , ସ୍ଵର୍ଣ୍ଣ ମଞ୍ଜରି ମଲ୍ଲିକ , ଦିଗାମ୍ବର ବେହେରା ସହ ଅନ୍ୟମାନେ ସହଯୋଗ କରିଥିଲେ।
ରାଜ୍ୟ
ଆଦର୍ଶ ବିଦ୍ୟାଳୟ ରେ ଖାଦ୍ୟ ମେଳା ଓ ଚିତ୍ରକଳା ପ୍ରଦର୍ଶନୀ
- Hits: 8











