କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲାସ୍ତରୀୟ ସାଧାରଣ ସଭା ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭିଜିଲାନ୍ସ ବିଭାଗର ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ମୁଖ୍ୟ ବକ୍ତାଭାବେ ପ୍ରଫେସର ନନ୍ଦ କିଶୋର ପରିଡା "ଦୁର୍ନୀତି ନିବାରଣ:ଆମ ସାମୁହିକ ଦାୟିତ୍ୱ ଶୀର୍ଷକରେ ବିଭିନ୍ନ ଦିଗପ୍ରତି ଆଲୋକପାତ କରିଥିଲେ | ଅତିଥି ମାନେ ବକ୍ତବ୍ୟରେ କହିଲେ ଯେ,ସତ୍ୟନିଷ୍ଠା ହେଉଛି ପ୍ରଗତିର ମୂଳଆଧାର, ବିଶ୍ୱାସ ଏବଂ ଦାୟିତ୍ୱବଦ୍ଧକୁ ଗୁରୁତ୍ୱ ଦେବ କାର୍ଯ୍ୟ କରିବା ଉଚିତ । ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଆମର ପ୍ରତ୍ୟେକ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ ।ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶିଳତା ନୀତି ଆପଣେଇ ଆଗକୁ ବଢିବା ଉଚିତ । ସମସ୍ତେ ଏକତ୍ର ହୋଇ ଦୁର୍ନୀତି ବିରୋଧ ଲଢେଇ କରିବାର ସମୟ ଆସିଛି ।ଶେଷରେ ଦୁର୍ନୀତା ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ, ଛାତ୍ର ଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ |ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ସଭା ପରିଚାଳନା କରିଥିଲେ |୨୭ ଅକ୍ଟୋବରୁ ୨ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି | ଏହି ପରିପ୍ରେକ୍ଷୀରେ ଆଜି ସକାଳେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା | ଜିଲ୍ଲାପାଳ ରଘୁରାମ ଆର ଆୟର ଏହି ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଏହି ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା | ଏହି ରାଲିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠି ସମେତ ବିଭିନ୍ନ ଵର୍ଗର ଜନସାଧାରଣ ସାମିଲ ଥିଲେ |
ରାଜ୍ୟ
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଜିଲ୍ଲାସ୍ତରୀୟ ସାଧାରଣ ସଭା ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ।
- Hits: 10











