ହେଡଲାଇନସ୍:

ଡାଲମିଆ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର,୧/୧୧/୨୫.(ବିଷ୍ଣୁ ଭୋମିକ)ରାଉରକେଲାର ନବମ ଓଡ଼ିଶା ଏନ୍‌ସିସି ବାଟାଲିୟନ ପକ୍ଷରୁ ଆୟୋଜିତ ଏଟିସି କ୍ୟାମ୍ପରେ ରାଜଗାଙ୍ଗପୁର ଡାଲମିଆ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି । କ୍ୟାମ୍ପରେ ରେ ମୋଟ ୫୪୦ ଜଣ କ୍ୟାଡେଟ୍ ଯୋଗ ଦେଇଥିଲେ । ଏଥିରେ ଡାଲମିଆ ବିଦ୍ୟାମନ୍ଦିରର ଜେଡି କ୍ୟାଡେଟ୍ ମହମ୍ମଦ ରିହାନ୍ ଖାନ୍ ଓ ଜେଡବ୍ଲୁ କ୍ୟାଡେଟ୍ ଦିଶା ମହାନ୍ତି ଉଲ୍ଲେଖନୀୟ କୌଶଳ ଦେଖାଇ ସ୍ବର୍ଣ୍ଣପଦକ ଓ ଶ୍ରେଷ୍ଠ କ୍ୟାଡେଟ୍ ପୁରସ୍କାର ହାସଲ କରିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ଉଭୟ କ୍ୟାଡେଟ୍ ଓ ଏଏନ୍‌ଓ ବୀରେନ ମହାତୋଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

0
0
0
s2sdefault