ହେଡଲାଇନସ୍:

ଗୁଣବତ୍ତା ଏବଂ ଉତ୍କର୍ଷତା ପାଇଁ ଟିପିସିଓଡିଏଲ୍‌ର ଭୁବନେଶ୍ୱର ଏବଂ କଟକ ମିଟର ଟେଷ୍ଟିଂ ଲ୍ୟାବ୍‌କୁ ପୁଣି ଏନ୍ଏବିଏଲ୍ ମାନ୍ୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌)ର ଭୁବନେଶ୍ୱର ଏବଂ କଟକରେ ଥିବା ଏହାର ମିଟର ଟେଷ୍ଟିଂ ଲାବୋରେଟୋରୀଗୁଡ଼ିକ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି (ଏନ୍ଏବିଏଲ୍) ତରଫରୁ ପୁନଃମାନ୍ୟତା ମିଳିଛି। ଏହି ସଫଳତା ଟିପିସିଓଡିଏଲ୍‌ ର ଗୁଣବତ୍ତା, ବୈଷୟିକ ଉତ୍କର୍ଷତା ଏବଂ ଗ୍ରାହକ ସନ୍ତୁଷ୍ଟିର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ପ୍ରତି ଥିବା ଅଟଳ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଭୁବନେଶ୍ୱର ମିଟର ଟେଷ୍ଟିଂ ଲ୍ୟାବ୍‌ ଏନ୍ଏବିଏଲ୍ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ଏବଂ ୟୁଜିଭିସିଏଲ (ଉତ୍ତର ଗୁଜରାଟ ଭିଜ୍ କମ୍ପାନୀ ଲିମିଟେଡ୍) ର ବୈଷୟିକ ମୂଲ୍ୟାଙ୍କକ ଙ୍କ ଦ୍ୱାରା ଦୁଇ ଦିନିଆ ଅଡିଟ୍ କରାଯାଇଥିଲା। ସେହିପରି, କଟକ ଲାବୋରେଟୋରୀର ମୂଲ୍ୟାଙ୍କନ ମଧ୍ୟ ଏନ୍ଏବିଏଲ୍ ର ବରିଷ୍ଠ ଅଡିଟରଙ୍କ ଦ୍ୱାରା କରାଯାଇଥିଲା। ଉଭୟ ମୂଲ୍ୟାଙ୍କନରେ ଲାବୋରେଟୋରୀର ଗୁଣବତ୍ତା ପ୍ରଣାଳୀ, ଡକ୍ୟୁମେଣ୍ଟେସନ୍, ବୈଷୟିକ ଦକ୍ଷତା ଏବଂ ଏନର୍ଜି ମିଟରର ପରୀକ୍ଷଣ କ୍ଷମତାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା।

ଏହି ମୂଲ୍ୟାଙ୍କନ ମାଧ୍ୟମରେ, ଉଭୟ ପରୀକ୍ଷାଗାରଗୁଡ଼ିକ ISO/IEC 17025 ସମେତ ଆନ୍ତର୍ଜାତୀୟ ମାନଦଣ୍ଡର ପାଳନକୁ ସଫଳତାର ସହିତ ପ୍ରଦର୍ଶନ କରିଛନ୍ତି, ଯାହା ନିଶ୍ଚିତ କରିଥାଏ ଯେ ସେମାନେ ସଠିକ୍, ନିର୍ଭରଯୋଗ୍ୟ ଏବଂ ପ୍ରାମାଣିକ ପରୀକ୍ଷା ଫଳାଫଳ ପ୍ରଦାନ କରିବାରେ ସକ୍ଷମ। ଏହି ନବୀକରଣ ପ୍ରକ୍ରିୟା କଠୋର ଗୁଣବତ୍ତା ମାନଦଣ୍ଡ ବଜାୟ ରଖିବା ଏବଂ ବିଶ୍ୱସ୍ତରୀୟ ପରୀକ୍ଷଣ ସେବା ପ୍ରଦାନ କରିବା ପାଇଁ ଟିପିସିଓଡିଏଲ୍‌ ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ଭୁବନେଶ୍ୱର ଏବଂ କଟକ ଲାବୋରେଟୋରୀ ପାଇଁ ଏନଏବିଏଲ୍ ମାନ୍ୟତା ଚାରି ବର୍ଷ ପାଇଁ ଅର୍ଥାତ୍ ୨୦୨୯ ପର୍ଯ୍ୟନ୍ତ ବୈଧ। ଏହି ସମୟ ମଧ୍ୟରେ, ଉଭୟ ପରୀକ୍ଷାଗାର ଆନ୍ତର୍ଜାତୀୟ ମାନଦଣ୍ଡର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସାମୟିକ ଅଡିଟ୍ ଏବଂ ମୂଲ୍ୟାଙ୍କନ ଜାରି ରଖିବେ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ ସିଂହ କହିଛନ୍ତି ଯେ, “ଏହି ମାଇଲଖୁଣ୍ଟ ଆମ ଟିମର ଉତ୍ସର୍ଗତା ଏବଂ ବୃତ୍ତିଗତ ଉତ୍କର୍ଷତାକୁ ପ୍ରତିଫଳିତ କରୁଛି । ସେମାନଙ୍କ ପ୍ରୟାସରେ ଆମର ଲାବୋରେଟୋରୀଗୁଡ଼ିକ ବିଶ୍ୱସ୍ତରୀୟ ମାନଦଣ୍ଡ ବଜାୟ ରଖିପାରିଛନ୍ତି। ଆମେ ଆମର ସମସ୍ତ କାର୍ଯ୍ୟରେ ଉତ୍କର୍ଷତା, ସଠିକତା ଏବଂ ନିର୍ଭରଯୋଗ୍ୟତା ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ଯାହା ଆମର ଗ୍ରାହକଙ୍କ ବିଶ୍ୱାସ ଏବଂ ଭରସାକୁ ଅଧିକ ମଜବୁତ କରିବ।"

ଉଭୟ ପରୀକ୍ଷାଗାର ପାଇଁ ଏନଏବିଏଲ୍ ମାନ୍ୟତାର ନବୀକରଣ ଟିପିସିଓଡିଏଲ୍‌ର ବୈଷୟିକ ଉତ୍କର୍ଷତା ଓ ଏହାର କାର୍ଯ୍ୟକ୍ଷମ ପ୍ରଣାଳୀରେ ନିରନ୍ତର ଉନ୍ନତିକୁ ଦର୍ଶାଉଛି।

0
0
0
s2sdefault