ଭୁବନେଶ୍ୱର: ଇଣ୍ଟରନ୍ୟାସନାଲ ପର୍ଫରମିଂ ଆର୍ଟସ୍ ଫେଷ୍ଟିଭାଲ (ଆଇପିଏଏଫ୍ ଭୁବନେଶ୍ୱର ୨୦୨୫) ଆଜି ସନ୍ଧ୍ୟାରେ ଜୟଦେବ ଭବନରେ ସହରର ସାଂସ୍ୃତିକ କେନ୍ଦ୍ରସ୍ଥଳକୁ ଯାଜୁଲ୍ୟମାନ କରିବା ସହିତ ଶାସ୍ତ୍ରୀୟ, ଲୋକକଳା ଏବଂ ସମାବେଶୀ ପ୍ରଦର୍ଶନର ସମୃଦ୍ଧ ସମ୍ମିଶ୍ରଷର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।
ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଆଇପିଏଏଫ୍ର ପ୍ରତିଷ୍ଠାତା ଶ୍ରୀ ଶ୍ୟାମ ପାଣ୍ଡେଙ୍କ ଦୂରଦୃଷ୍ଟି ଅଧୀନରେ ଆୟୋଜିତ ଏହି ଉତ୍ସବ ବିଶିଷ୍ଟ ବିଶାରଦ, ଲୋକକଳା ପ୍ରଦର୍ଶନକାରୀ ଏବଂ ଦିବ୍ୟାଙ୍ଗ କଳାକାରଙ୍କୁ ଏକ ବିଶାଳ ମଞ୍ଚରେ ଏକତ୍ରିତ କରି ଭାରତର କଳାତ୍ମକ ବିବିଧତା ଏବଂ ଅନ୍ତର୍ଭୁକ୍ତିକୁ ପାଳନ କରିଥିଲା ।
ଦର୍ଶକମାନେ ପରକୁପର ବିଶ୍ୱ ମାନର ପ୍ରଦର୍ଶନଗୁଡିକ ମନଭରି ଉପଭୋଗ କରିଥିଲେ, ଯେଉଁଥିରେ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭାରତୀୟ ସଂସ୍କୃତିର ଗଭୀରତା ଏବଂ ଗତିଶୀଳତାକୁ ପ୍ରତିଫଳିତ କରିଥିଲା ।
କମାଲ ଖାଁ ଏବଂ ଗ୍ରୁପ୍ ଏକ ହୃଦୟସ୍ପର୍ଶୀ ଗଜଲ ପରିବେଷଣ କରି ଦର୍ଶକଙ୍କୁ ବିଭୋର କରିଦେଇଥଲେ, ଯେଉଁଥିରେ “କିସି ନଜର କୋ ତେରା ଇନ୍ତେଜାର ଆଜ୍ ଭି ହୈ” ଏବଂ “ହୋଠୋଁ ସେ ଛୁ ଲୋକ ତୁମ୍” ଭଳି ଶାସ୍ତ୍ରୀୟ ଗୀତ ସ୍ଥାନ ପାଇଥିଲା ।
ଆସାମର ପ୍ରତିଷ୍ଠିତ କଥକ ବିଶାରଦ ତଥା ଏସ୍ଏନଏ ପୁରସ୍କାର ବିଜେତା ମେଘରଞ୍ଜନୀ ମେଧି ଭଗବାନ ଶିବଙ୍କୁ ସମର୍ପିତ “ଶିବ ବନ୍ଦନା- ଡମ୍ବରୁ ହର କର ବାଜେ” ଶୀର୍ଷକ ନୈସର୍ଗିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
କିମ୍ବଦନ୍ତୀ ମହାପାତ୍ର ବଂଶର ପ୍ରୀତିଶା ମହାପାତ୍ର “ଶ୍ରୀ ରାମ ଚନ୍ଦ୍ର କୃପାଳୁ ଭଜମନ” ଶୀର୍ଷକରେ ଏକ ଚମକ୍ରାର ଓଡ଼ିଶୀ ପରିବେଷଣ କରିଥିଲେ, ଯାହା ଭକ୍ତିଭାବ ଏବଂ ଶାସ୍ତ୍ରୀୟ ନିଖୁଣତାକୁ ପ୍ରତିଫଳିତ କରିଥିଲା ।
ଏସଏସଭିଏମ୍ ଗ୍ରୁପ୍ ଦ୍ୱାରା ଲୋକନୃତ୍ୟ “ଗଞ୍ଜୁରୁ ଗଞ୍ଜା’ ପ୍ରଦର୍ଶନ ସହିତ ଓଡ଼ିଶାର ସ୍ପନ୍ଦନଶୀଳ ରଙ୍ଗାୟିତ ପରମ୍ପରାକୁ ଜୀବନ୍ତ କରି ଗଢିତୋଳିଥିଲେ, ଯାହାକୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ରସଲଗଡର କିଶୋର ଛାତ୍ର ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହିତ ପରିବେଷଣ କରିଥିଲେ ।
ସତ୍ୟଭାମା ଦେବୀ କଲେଜ ଫର୍ ହିଅରିଂ ଆଣ୍ଡ ସ୍ପିଚ୍ ଇମ୍ପାୟାର୍ଡର ଦିବ୍ୟାଙ୍ଗ କଳାକାରମାନେ ପ୍ରେରଣାଦାୟୀ ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କକୁ ଆକୃଷ୍ଟ କରିଥିଲେ, ଯେଉଁମାନଙ୍କର ପ୍ରଦର୍ଶନ ମଜଭୁତପଣ, ଅଭିବ୍ୟକ୍ତି ଏବଂ ପ୍ରତିବନ୍ଧକ ଊଦ୍ଧ୍ୱର୍ରେ କଳାର ଶକ୍ତିର ପ୍ରତୀକ ହୋଇଥିଲା ।
କଳାକାରମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଏବଂ ସମସ୍ତ ସହଭାଗୀ ଏବଂ ସମର୍ଥକମାନଙ୍କୁ ଧନ୍ୟବାଦ ପ୍ରଦାନ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ମହାନଦୀ କୋଲଫିଲ୍ଡସ୍ ଲିମିଟେଡ (ଏମସିଏଲ୍) ଏବଂ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍ବିଆଇ) ସମର୍ଥନରେ ଆଇପିଏଏଫ୍ ଭୁବନେଶ୍ୱର ୨୦୨୫ ପ୍ରଦର୍ଶନକାରୀ କଳାକୁ ପ୍ରୋତ୍ସାହିତ କରିବା ଏବଂ କଳାକାର, ବିଶେଷକରି ଦିବ୍ୟାଙ୍ଗ ଓ ଉଦୀୟମାନ କଳାକାରଙ୍କୁ ସଶକ୍ତ କରିବା ନିମନ୍ତେ ଉତ୍ସବ ଆୟୋଜନ ଲକ୍ଷ୍ୟକୁ ପୁନଃଦୃଢୀଭୂତ କରିଥିଲା ।
ରାଜ୍ୟ
‘ଆଇପିଏଏଫ୍ ଭୁବନେଶ୍ୱର ୨୦୨୫’ ଜୟଦେବ ଭବନରେ ସଂସ୍କୃତି, ଅନୁଗ୍ରହ ଏବଂ ଅନ୍ତର୍ଭୁକ୍ତିର ସନ୍ଧ୍ୟା ସହିତ ଦର୍ଶକଙ୍କୁ ବାନ୍ଧି ରଖିଲା
- Hits: 9











