ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଗୋବରା ମୁଖ୍ୟ ସଡକରେ ଅନୁଷ୍ଠିତ ମାଆ ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ଓଡ଼ିଶାର ଅଗ୍ରଣୀ ଯାତ୍ରା ଅନୁଷ୍ଠାନ ମଧୁବାସନ୍ତୀ ଗଣନାଟ୍ୟ ନାଟକ ପରିବେଷଣ କରୁଛି I ଶୁକ୍ରବାର ସନ୍ଧ୍ୟାରେ ମାଆ ଶ୍ୟାମାକାଳୀଙ୍କ ବିସର୍ଜ୍ଜନ ଉତ୍ସବ ଅନୁଷ୍ଠିତ ହୋଇଥିବା ଯାତ୍ରା ଅନୁଷ୍ଠାନ ତାର ଦ୍ୱିତୀୟ ରଜନୀର ନାଟକ ପରିବେଷଣ କରିଥିଲା I ଦ୍ୱିତୀୟ ରଜନୀର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ବିଭିନ୍ନ ଯାତ୍ରା ତଥା ଚଳଚ୍ଚିତ୍ରରେ ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ଅଭିନୟ କରୁ୍ଥିବା ଅଭିନେତା କାଳୀ ଚରଣ ଆଚାରୀ ଏବଂ ହଟ୍ ଆଇଟମ୍ ଗାର୍ଲ୍ ଏଲିନା ଦାସ୍ I ଅଭିନେତା କାଳୀ ଚରଣ ବଲିଉଡ଼, ଓଲିଉଡ୍,ଜଲିଉଡ୍ ଏବଂ ଟଲିଉଡ୍ ଜଗତର ବହୁ ଖ୍ୟାତାନାମା ଅଭିନେତାଙ୍କ ସଂଳାପ କହି ଦର୍ଶକଙ୍କ ମନ କିଣି ନେଇଥିଲେ I ସେହିପରି ଆଇଟମ୍ ଗାର୍ଲ୍ ଏଲିନାଙ୍କ ଆଧୁନିକ ନୃତ୍ୟରେ ଦର୍ଶକ ମାନେ ମତୁଆଲା ହୋଇ ଉଠିଥିଲେ I ବିଶେଷ କରି ଯୂବ ଦର୍ଶକ ମାନେ ଏଲିନାଙ୍କ ନୃତ୍ୟକୁ ବେଶ୍ ଉପଭୋଗ କରିଥିଲେ I ଯାତ୍ରା ଦେଖିବା ପାଇଁ ଆଖାପାଖ ଅଞ୍ଚଳରୁ ହଜାରେରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I
ରାଜ୍ୟ
ଗୋବରାରେ ଯାତ୍ରା ମଧୁବାସନ୍ତୀ
- Hits: 5











