ହେଡଲାଇନସ୍:

ନୂଆପଡ଼ା ରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ ରିପୋର୍ଟ( ଶାସକ ପ୍ରଶାସକ): ନୂଆପଡ଼ା କୋମନା ବ୍ଲକ ର ବିଭିନ୍ନ ସ୍ଥାନ ରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି ଓଡ଼ିଶା ସରକାର ଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ପ୍ରଥମେ ରଜନା ପଞ୍ଚାୟତ ରେ ଓଡ଼ିଶା ସରକାର ଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୂଲାନନ୍ଦ ମଲ୍ଲିକ ଙ୍କ ସହ ମତ୍ସଜିବୀ ପରିବାର ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପରେ କୋମନା ବ୍ଲକ ଦର୍ଲିପଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିଥିଲେ । ସ୍ୱାଧୀନତା ପରଠାରୁ ଆଜି ଯାଏଁ ସବୁବେଳେ ନୂଆପଡ଼ା କୁ ଅବହେଳିତ କରାଯାଇଥିଲା । କିନ୍ତୁ ମୋହନ ଚରଣ ମାଝୀ ଙ୍କ ସରକାର ର ମାତ୍ର ୧୬ ମାସ ରେ ନୂଆପଡ଼ା କୁ ମିଳିଛି ୧୧ଶହ କୋଟି ଟଙ୍କାର ଅବଦାନ । ଡବଲ ଇଞ୍ଜିନ ସରକାର ର ଡବଲ ଗତି ର ବିକାଶ ରେ ନୁଆପଡାବାସୀ ସାମିଲ ହୁଅନ୍ତି ବୋଲି ଆହ୍ଵାନ ଦେଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।
କାର୍ଯ୍ୟକ୍ରମ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସମେତ ଅନେକ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

0
0
0
s2sdefault