ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ମାଆ ଶ୍ୟାମାକାଳୀଙ୍କୁ ଭାବ ବିହ୍ୱଳ ବିଦାୟ ଦେଇଛନ୍ତି ଗୋବରା ବାସୀ I ଗତ ୧୮ ତାରିଖ ଠାରୁ ଗୋବରା ଶ୍ରୀ କପିଳେଶ୍ଵର ଯୁବକ ସଂଘ ଦ୍ୱାରା ଆୟୋଜିତ ମାଆ ଶ୍ୟାମାକାଳୀ ପୂଜାର ଆଜି ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମାଆ ଶ୍ୟାମାକାଳୀଙ୍କ ପୂଜା ଅବସରରେ ଗତ ୨୧ ତାରିଖରୁ ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଭଞ୍ଜ ଭୂମିର କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ଭଞ୍ଜ ସଙ୍ଗୀତ ପରିବେଷଣ ହୋଇଥିଲା I ତୃତୀୟ ସନ୍ଧ୍ୟାରେ କନ୍ଧମାଳ କୁଟିଙ୍ଗିଆର କଳାକାରମାନେ ନୃତ୍ୟ ପରିବେଷଣ କରିଥିବା ବେଳେ ଚତୁର୍ଥ ସନ୍ଧ୍ୟାରେ ମାଧବରିଡା ଷ୍ଟୁଡେଣ୍ଟସ୍ କ୍ଲବ୍ ର କୁନି କୁନି ଛାତ୍ରଛାତ୍ରୀଙ୍କ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I ପଞ୍ଚମ ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ସାଇ ଭାରତୀ ଶିଶୁ ମନ୍ଦିର, ଷଷ୍ଠ ସନ୍ଧ୍ୟାରେ ନୃତ୍ୟ ସଙ୍ଗୀତାୟନ ଏବଂ ସପ୍ତମ ସନ୍ଧ୍ୟାରେ ଭଞ୍ଜନଗରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ବାତ୍ୟା ମୋନ୍ଥା
ପାଇଁ ଦୁଇଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଗୁରୁବାର ଦିନ ମାଆ ଶ୍ୟାମା କାଳୀଙ୍କ ମଣ୍ଡପ ନିକଟରେ ବହୁ ପ୍ରତିକ୍ଷିତ ଲଟେରୀ ଉଠାଣ ହୋଇଥିଲା ଏବଂ ସନ୍ଧ୍ୟାରେ ଏଡ଼ିଏସ୍ ଗୃପ୍ ତରଫରୁ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ପ୍ରତ୍ୟେକ ସନ୍ଧ୍ୟାରେ ମାଆଙ୍କ ଆଳତି ଦେଖିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଜନସମାଗମ ହେଉଥିଲା I ଏହି ଅବସରରେ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷଙ୍କୁ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଶୁକ୍ରବାର ସନ୍ଧ୍ୟାରେ ଏକ ବିରାଟ ପଟୁଆରରେ ମାଆଙ୍କ ବିସର୍ଜ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି Iବାଜା ବାଣରେ ଗୋବରା ପ୍ରକମ୍ପିତ ହୋଇଛି I ଛତ୍ରପୁରର ରଣପା, ମାଆ ଦଣ୍ଡକାଳୀ ଦୁଲଦୁଲି ଗୃପ୍ ର ଦୁଲଦୁଲିରେ ଗୋବରା ଦୁଲୁକି ଉଠିଥିବା ବେଳେ ବିସର୍ଜ୍ଜନ ଶୋଭାଯାତ୍ରାରେ ଗୋବରା କଟପ୍ପା,ପାଣ୍ଡା,ଗରିଲା ମୁଖ୍ୟ ଆକର୍ଷଣ ପାଲଟିଥିଲେ I ଆଜି ସନ୍ଧ୍ୟାରେ ମାଆଙ୍କ ଭସାଣୀ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗୋବରା ଗ୍ରାମ, ବାସୁଦେବପୁର ଗ୍ରାମ ଏବଂ ଗୋବରା ମୁଖ୍ୟ ସଡ଼କରେ ମାଆଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ପାରମ୍ପରିକ ବାଜା, ଡିଜେ ବାଜଣା ମଧ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ମାଙ୍କୁ ଗୋବରା, ବାସୁଦେବପୁର, ମୁଖ୍ୟ ସଡ଼କ, ବରପୋଲି ଛକ ବେଣୀପୋଲି ଛକ ଦେଇ ମାଧବରିଡା ତ୍ରିବେଣୀ ସଙ୍ଗମ ବଦନଦୀରେ ରାତ୍ର 10,30 ରେ ଶେଷ ଆଳତିପରେ ବିସର୍ଜନ କରାଯାଇଥିଲା l ଶ୍ରୀ କପିଳେଶ୍ଵର ଯୁବକ ସଂଘର ସଭାପତି ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଉପସଭାପତି କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସୁଶାନ୍ତ କୁମାର ଜେନା , କୋଷାଧ୍ୟକ୍ଷ ଏ ଜିତେନ୍ଦ୍ର ପାତ୍ର , ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଗାଙ୍ଗପୁର ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ଉପରେ ତୀକ୍ଷ୍ଣ ନଜର ରଖିଥିଲେ I
ରାଜ୍ୟ
ବିଦାୟ ନେଲେ ମାଆ ଶ୍ୟାମାକାଳୀ ; ବାଜା ବାଣରେ ଦୁଲୁକିଲା ଗୋବରା
- Hits: 6











