ହେଡଲାଇନସ୍:

ପଞ୍ଚମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ତତ୍ତ୍ୱାବଧାନରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପଞ୍ଚମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଇନ୍ଦନ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ପଞ୍ଚମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକକୁ ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼ ଉଦ୍ଘାଟନ କରିଥିଲେ I ଏହି ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଶିଶିର କୁମାର ସ୍ୱାଇଁ,ଲିଙ୍ଗରାଜ ସେଠୀ,ଶୀତଳ ପ୍ରସାଦ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା,ଏଫ୍ଏଲ୍ଏନ୍ ଶିକ୍ଷକ ଦାଶରଥି ସେଠୀ,ସନିତ ଜେନା, ଆକୁଳ ସାହୁ, ଅଶୋକ ବେହେରା, ଜଗନ୍ନାଥ ପାଇକ ,ଝାପଲ ମାରାଣ୍ଡି,ସାଜିସ୍ ପାତ୍ର, ମନୋରଞ୍ଜନ ବିଷୋୟୀ, ଶିକ୍ଷୟିତ୍ରୀ ସାନୁଜା ନାୟକ, ଶୁଭଶ୍ରୀ ପଣ୍ଡା,କାଜଲ୍ ପ୍ରଧାନ,ସିପ୍ରାସିନ୍ଧୁ ସ୍ୱାଇଁ,ମାନସୀ ନାୟକ,ସୁନେଲୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଏହି ବୈଠକରେ ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ଶ୍ରେଣୀ ପରିଚାଳନା, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ଜିଲ୍ଲା ଭିତ୍ତିକ ଆଲୋଚନା, ନିପୁଣ ବିଦ୍ୟାଳୟ, ସି ଆର ସି ସି ଙ୍କ ବିଦ୍ୟାଳୟ ପରିଦର୍ଶନ ଓ ଶୈକ୍ଷିକ ସହାୟତା,ୟୁଏଏସ୍ ଆପ୍ , ପଠନ ପ୍ରୋତ୍ସାହନ ଅଭିଯାନ ପଢିବା ଗଢିବା ଓଡିଶା ସମ୍ପର୍କରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ସତ୍ୟନାରାୟଣ ପ୍ରଧାନ ଏକାଡେମିକ୍ କ୍ଯାଲେଣ୍ଡର୍ ଉପରେ ବିସ୍ତୃତି ଆଲୋଚନା କରିଥିବା ବେଳେ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା ବୈଠକକୁ ପରିଚାଳନା କରିଥିଲେ I ଏହି ଅବସରରେ ବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଦୁଇ ଶିକ୍ଷୟିତ୍ରୀ ସୁମିତ୍ରା ଜେନା ଏବଂ ଡ଼ି ସୁଜାତାଙ୍କୁ ଗାଙ୍ଗପୁର କ୍ଲଷ୍ଟର୍ ତରଫରୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ସେହିପରି ତନରଡା ସିଆରସିସି ମନୋଜ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ନୁଆଁ ତନରଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ସେହିପରି ବ୍ଳକ୍ ର ଉଢୁରା, କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ କ୍ଲଷ୍ଟର୍ ରେ ଯଥାକ୍ରମେ ରମେଶ କୁମାର ପାଣିଗ୍ରାହୀ,ସିଆରସିସି ଛାୟାକାନ୍ତ ମହାପାତ୍ର, ସୁକାନ୍ତ ନାୟକ, ହରେକୃଷ୍ଣ ଶତପଥି, ସୁଧୀର କାନ୍ତ ତ୍ରୀପାଠୀ, ଅନନ୍ତ ସେଠୀ,କାଳୁ ଚରଣ ଗୌଡ଼, ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ, ଜିତେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I

0
0
0
s2sdefault