ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଶ୍ରୀ ଶ୍ରୀ ଶ୍ରୀ ଆନନ୍ଦ କବି ଚନ୍ଦ୍ର ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବେଲଗୁଣ୍ଠା ବ୍ଲକ୍ ଦଣ୍ଡନାଚ କମିଟିର ସଭାପତି ଏସ୍ ଭାସ୍କର ପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବ୍ଲକ୍ ର ସତରଟି ଗ୍ରାମ ତଥା ଦହି ମୁଣ୍ଡଳୀ,ପାଲକଷଣ୍ଡl ,ଇନ୍ଦନପୁର,ସିଂହ ମର୍ଦନ,ବଡ଼ବୋସରିଙ୍ଗ,ଗୋବରା,ଡ଼େଙ୍ଗାପଦର,ବାଲିଭାଗ,ନୂଆଗାଁ,ତନରଡ଼ା,ବେଲଗୁଣ୍ଠା -ପୁରୁଣା, ବେଲଗୁଣ୍ଠା-ଖଦlଳ ସାହି, ବାଣତୁମ୍ବ,ଆମ୍ବପୁଆ,କୋକଲୁଣ୍ଡା, ଜିଲିବା ଏବଂ ଜାଲଖାଇ ମଧ୍ୟରୁ ବହୁ ଦଣ୍ଡ ଅଧିକାରୀ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ଅଶ୍ଳୀଳତା ଏବଂ ସାମାଜିକ ନାଟକକୁ ସମସ୍ତେ ଏକ ସ୍ଵରରେ ମନା କରିବା ସହ ଜିଲ୍ଳା ମହାସଂଘ ନିଷ୍ପତିକୁ ସମସ୍ତେ ମାନିବେ ବୋଲି ପ୍ରକାଶ କରିଥିଲେ I ପୂର୍ବରୁ ଦଣ୍ଡନାଚ ତେର ଦିନିଆ ଥିବାବେଳେ ସାମାଜିକ ନାଟକରେ କଳାକାର, ଚିତ୍ରାଳୟ, ମ୍ୟୁଜିକରେ ଅଧିକ ଖର୍ଚ୍ଚାନ୍ତକୁ ଦୃଷ୍ଟିରେ ରଖି ଦଣ୍ଡନାଚକୁ ୧୫ ଦିନିଆ ,୧୮ ଦିନିଆ କରାଯାଉଛି I ଆଗାମୀଦିନରେ ଏହାକୁ ମଧ୍ୟ ସର୍ବ ସମ୍ମତି କ୍ରମେ ତେର ଦିନିଆ କରାଯିବ ବୋଲି ଆଲୋଚନା ହୋଇଥିଲା I ଦଣ୍ଡୁଆ ମାନେ ରାତିରେ ଯାଉଥିବା ଗାଡ଼ି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଥିଲେ I ଆଜିର ଏହି ବୈଠକରେ ଦଣ୍ଡନାଚ କମିଟି ଉପସଭାପତି ଦେବାଶିଷ ଗୌଡ଼, ସମ୍ପାଦକ ତଥା ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଟି ନାରାୟଣ ପାତ୍ର, ଜଗନ୍ନାଥ ନାୟକ, ଗୋବର୍ଦ୍ଧନ ବେହେରା, କାମରାଜୁ ସ୍ୱାଇଁ, ପ୍ରତାପ କୁମାର ବିଷୋୟୀ, ସୂର୍ଯ୍ୟନାରାୟଣ ସ୍ୱାଇଁ, ଧବଳେଶ୍ଵର ଜେନା, ବିଭୂପାଦ ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I
ରାଜ୍ୟ
ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହା ସଂଘର ନିଷ୍ପତିକୁ ବେଲଗୁଣ୍ଠା ଦଣ୍ଡ କମିଟିର ସମର୍ଥନ ; ସାମାଜିକ ନାଟକ ଏବଂ ଅଶ୍ଳୀଳତା ବନ୍ଦ ନିଷ୍ପତି
- Hits: 75