ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସଦର ମହକୁମାରେ ଅବସ୍ଥିତ ଗୁଣପୁର ମହାବିଦ୍ୟାଳ ମହାବିଦ୍ୟାଳୟରେ ଗତ ତିନିଦିନ ଧରି ନାରୀଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଯୌନ ଉପ୍ତୀଡ଼ନ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ମହାବିଦ୍ୟାଳର ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରିଙ୍କୁ ଏହି ବିଷୟରେ ସଚେତନ କରିବା ସହ କହିଥିଲେ ଯେ , ଯଦି କେହି ଯୌନ ଉପ୍ତୀତନର କିମ୍ଵା ନିର୍ଯ୍ୟାତନାର ଶିକାର ହେଲେ,ଚୁପ ନରହି ଅନୁଷ୍ଠାନର ଆଭ୍ୟନ୍ତରିଣ ଅଭିଯୋଗ କମିଟି ନିକଟରେ ଜଣାନ୍ତୁ ,କମିଟିର ସୁପାରିଶ କ୍ରମେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଟିର ନଅ ଜଣ ସଦସ୍ୟାଙ୍କ ମୋବାଇଲ ନମ୍ବର ଅନୁଷ୍ଠାନର ବିଭିନ୍ନସ୍ଥାନରେ ପ୍ରଦର୍ଶୀତ କରାଯାଇଛି।ନଅ ଜଣ ସଦସ୍ୟାଙ୍କ ମଧ୍ୟରୁ ତିନିଜଣ ଛାତ୍ରୀ ଯଥା ସୁଶ୍ରୀ ହାରିକା ପରିଡ଼ାଲା ,ରିଙ୍କି ମହାନନ୍ଦିଆ ଓ ଲକ୍ଷ୍ମୀ ମାଡ଼କାମୀ,ଏହି ମାନଙ୍କୁ ମଧ୍ୟ ଏହି ବିଷୟରେ ଅଭିଯୋଗ କରିପାରିବେ । ଯୌନ ନିର୍ଯ୍ୟାତନା ପାଇଁ
ସରକାର ଅନେକ ଆଇନ ପ୍ରଣୟନ କରିଛନ୍ତି, ଏଥିପ୍ରତି ମହିଳାମାନେ ଅବଗତ ନ ଥିବାରୁ ସେମାନେ ନିଜକୁ ଅସହାୟ ମନେ କରନ୍ତି , ଯାଦ୍ଵାରା ଯୌନ ନିର୍ଯ୍ୟାତନା ଭଳି ଘଟଣା ବାରମ୍ଵାର ଘଟୁଛି । ଏଦ୍ଵିକାର୍ଯ୍ୟକ୍ରମରେ ଆଇ.ସି.ସି ର ମୁଖ୍ୟ ଶ୍ରୀମତି ସୁନିତା ଗମାଙ୍ଗ , ସଦସ୍ୟା ଶ୍ରୀମତି ଦିପ୍ତିମୟୀ ବଡରଇତ । ଶ୍ରୀମତି ରଂଜୁମା ପ୍ରଧାନ ଉପସ୍ଥିତ ରହି ଯୌନ ଉପ୍ତୀଡ଼ନର ନିରାକରଣ ତଥା ଆବଶ୍ୟକ ସଚେତନତା ସଂପର୍କରେ ବ୍ୟକ୍ତବ୍ୟ ରଖିଥିଲେ । ସେହିପରି ଅଧ୍ୟାପିକା ଡ଼ ଦିପିକା ପଟ୍ଟନାୟକ ,ସସ୍ମିତା ମିଶ୍ର , ନିରୁପମା କଣ୍ଡାଗିରି, ଜେ.ଆର ମିଶ୍ର ଓ ଏନ୍. ହେମଲତା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଜ୍ଞାନ ଆହରଣ ପାଇଁ ଅନୁଷ୍ଠାନ ମଧ୍ୟରେ ସୁରକ୍ଷିତ ପରିବେଶର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରିଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ମହାବିଦ୍ୟାଳୟୁରେ ଛାତ୍ରୀ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାଲାଗି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି ହୋଇଛି । ଏହି ନିର୍ଦ୍ଦେଶ କ୍ରମେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।