ହେଡଲାଇନସ୍:

ହୋହାଲ୍ଲାରେ ଆରମ୍ଭ, ହୋହାଲ୍ଲାରେ ଶେଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ ହୋହାଲ୍ଲାରେ ଆରମ୍ଭ ହୋଇ ହୋହାଲ୍ଲାରେ ଶେଷ ହୋଇଛି । ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ କୁମାର ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ ବିଡିଓ ଐଶୋର୍ଯ୍ୟା ଭୁୟାଁ ବୈଠକ ପରିଚାଳନା କରିଥିଲେ । ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ସମସ୍ୟା ନେଇ ବିସୃତ ଭାବରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ନେଇ ଆଲୋଚନା ହୋଇଥିଲା । ଏହା ସହିତ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀମାନେ ଦ୍ୱିତୀୟ କିସ୍ତି ଟଙ୍କା ପାଉନଥିବାରୁ ଜନପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିଥିଲେ । ବନବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମାଞ୍ଚଳରେ ବନଣ୍ଟନ କରାଯାଇଥିବା ଚାରାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ବିଧାୟକ ଡ. ସାହୁ ଏକ କମିଟି ଗଠନ କରି ବନବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ବ୍ଲକକୁ ଆସୁଥିବା ବିଭିନ୍ନ ଅନୁଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । କିଭଳି ଏହାକୁ ସୁବିନିଯୋଗ କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କୃଷି ସମସ୍ୟା ଆଲୋଚନା ସମୟରେ ଜନ ପ୍ରତିନିଧିମାନେ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଉନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ସମସ୍ତ ସରକାରୀ କାର୍ଯ୍ୟରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଅବଗତ କରାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବ୍ଲକର ସମସ୍ତ କର୍ମଚାରୀ, ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ଏବଂ ସରପଞ୍ଚମାନେ ଯୋଗ ଦେଇଥିଲେ ।

0
0
0
s2sdefault