ହେଡଲାଇନସ୍:

ଆବର୍ଜନା ମୁକ୍ତ ସହର ଗଠନ ପାଇଁ ସ୍ବଚ୍ଛତା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ "ସଫାଇ ଅପନାଓ ବେମାରୀ ହଟାଓ" ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଛି । ବିଭାଗୀୟ ନିର୍ଦ୍ଦେଶ କ୍ରମେ ସମ୍ପୁର୍ଣ୍ଣ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଦ୍ବାରା ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଓଡଗାଁ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଶନିବାର ସମସ୍ତ ସଫେଇ କର୍ମଚାରୀ ଓ କାର୍ଯ୍ୟାଳୟର ଅଧିକାରୀମାନେ ଭିନ୍ନ ଭିନ୍ନ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ମଧ୍ୟରେ ଥ‌ିବା ୧୫ ଗୋଟି ଓ୍ବାଡ ମଧ୍ୟରୁ ଦିନକୁ ଗୋଟିଏ ଦୁଇଟି ଓ୍ବାର୍ଡକୁ ଚିହ୍ନଟ କରି ତାହାକୁ ସମ୍ପୂର୍ଣ ଭାବେ ସ୍ବଚ୍ଛ କରାଯାଉଅଛି । ଉକ୍ତ ୱାର୍ଡରେ ଥ‌ିବା ସର୍ବସାଧାରଣ ଅନୁଷ୍ଠାନ, ଡାକ୍ତରଖାନା, ମନ୍ଦିର, ଶୌଚାଳୟ, ପରିବା ବଜାର, ହୋଟେଲ, ଜଳଖିଆ ଦୋକାନ ଓ ପୋଖରୀ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରକୁ ସ୍ବଚ୍ଛତା ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ସଚ୍ଛତା କାର୍ଯ୍ୟ ସହିତ ଉକ୍ତ ୱାର୍ଡରେ ଜନ ସଚେତନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ୱାର୍ଡର ରହିଥିବା ପ୍ରତ୍ୟେକ ପରିବାରର ନାଗରିକ ଏଥିରେ ସାମିଲ ହୋଇ ନିଜ ଘରୁ ଓ୍ବାଡକୁ ସ୍ବଚ୍ଛତା ରଖିବା ପାଇଁ ପ୍ରୟାସ ଆରମ୍ଭ କରିବା ସହିତ ଦୃଷ୍ଟି ଆଢ଼ୁଆଳରେ ରହିଯାଉଥିବା ଆବର୍ଜନା ସ୍ଥାନ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅନୁରୋଧ କରାଯାଇଛି । ପ୍ରତ୍ୟେକ ଓ୍ବାର୍ଡର ପଥପ୍ରାନ୍ତ ଆଲୋକ, ପାନୀୟଜଳ ବିତରଣ ବ୍ୟବସ୍ଥା ସଠିକ୍ ଭାବେ ପରିଚାଳିତ ହେଉଛିକିନାହିଁ, ତାହାର ତଦନ୍ତ ତଦନ୍ତ କରାଯାଉଅଛି । ସମଗ୍ର ସହରକୁ ଆଗାମୀ ୧୦ଦିନ ମଧ୍ୟରେ ଆବର୍ଜନା ମୁକ୍ତ କରାଯାଇ ଏକ ସୁନ୍ଦର ସ୍ବାସ୍ଥ୍ୟକର ପରି ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ କର୍ମଚାରୀ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ୩୦ ତାରିଖରେ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ସ୍ବତନ୍ତ୍ର ବୈଠକର ଆୟୋଜନ କରାଯିବ । ଏଥିସହିତ ସ୍ବଚ୍ଛତା ଅଭିଯାନ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯିବ ।

0
0
0
s2sdefault