ଭବାନିପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୧୯.୦୭.୧୦୨୫ - ଗ୍ରାମ୍ୟଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହିତ କଳାହାଣ୍ଡି ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ସରକାରଙ୍କର ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ଗମନାଗମନ, ପାନୀୟଜଳ, ଗ୍ରମ୍ୟାଉନ୍ନୟନ, ପୂର୍ତ୍ତ, ଅବକାରୀ, ଜଳସେଚନ, କୃଷି, କୃଷି ଉଦ୍ୟାନ, ସମାଜକଲ୍ୟାଣ, ସମନ୍ୱିତ ଶିଶୁ ବିକାଶ, ମତ୍ସ, ଶ୍ରମ, ନିୟୋଜନ, ବେଶାମରିକ ଯୋଗାଣ, ଜଙ୍ଗଲ ଓ ପରିବେଶ ଇତ୍ୟାଦି ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ନୂଆ ସରକାର ହେଉଛନ୍ତି ଲୋକଙ୍କ ସରକାର ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ବିଶେଷକରି ଗରିବ ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ସମସ୍ତ ଯୋଜନା, କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ସହିତ ନିଷ୍ଠାପର ଭାବରେ ସେବା ମନୋଭାବ ନେଇ ସଂପୃକ୍ତ ବିଭାଗୀୟ ସମସ୍ତ ଅଧିକାରୀ ନିଜ ନିଜର ଦାୟିତ୍ଵ ତୁଲାଇବା ପାଇଁ ମନ୍ତ୍ରୀ ଶ୍ରୀ ନାଏକ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇ ସମୀକ୍ଷା ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଧାୟକ ଧର୍ମଗଡ ସୁଧିର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଡି.ଏଫ୍.ଓ. ଦକ୍ଷିଣ କଲାଇ ବାନାନ୍ ଆର୍., ଡି.ଏଫ୍.ଓ. ଉତ୍ତର ରମେଶ କୁମାର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଉପଜିଲ୍ଲାପାଳ ଭବାନିପାଟଣା ପ୍ରଭାତ କୁମାର ପରିଡ଼ା, ଭାରପ୍ରାପ୍ତ ଉପଜିଲ୍ଲାପାଳ ଧର୍ମଗଡ ଅଜୟ କୁମାର ତିର୍କୀ, ସାଂସଦ କଳାହାଣ୍ଡି ଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ଭା.ଜ.ପା. ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ ଦ୍ଵିତୀୟ ଦିନ କାର୍ଯ୍ୟକ୍ରମରେ ଭବାନିପାଟଣା ବ୍ଲକ ନିକଟସ୍ଥ ସ୍ଵୟଂ ସହାୟକ ଗୋଷ୍ଠୀ ରିଟେଲ ମାର୍ଟ ଦୁଆରସନି ମାର୍କେଟ କମ୍ପ୍ଲେକ୍ସ, କିକିଆ ଭେଜିପଦର ଆର୍.ପି.ଡବ୍ଲୁ.ଏସ୍., କେରୋକୁଡ଼ା ଗ୍ରାମ୍ୟ ହାଟ ର ମାନ୍ୟବର ମନ୍ତ୍ରୀଙ୍କ ମନ୍ତ୍ରୀଙ୍କ କରକମଳରେ ଶୁଭ ଉଦଘାଟନ କରଯାଇଥିଲା । ଏହାପରେ ମନ୍ତ୍ରୀ ଶ୍ରୀ ନାଏକ ରେଣ୍ଡୋ ମାଝୀ ମେଡିକାଲ କଲେଜ ପରିଦର୍ଶନରେ ଯାଇ ସେଠାରେ ଅନୁଷ୍ଠିତ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୧୧୭ ଗୋଟି ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ୪୦ ଗୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାଏକ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇ କଳାହାଣ୍ଡି ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ସରକାରଙ୍କର ପ୍ରଚେଷ୍ଟା ଓ ଜନକଲ୍ୟାକାରି ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ କରକମଳରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ୨୩୯.୯୫ କୋଟି ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଧର୍ମଗଡ ସୁଧିର ରଞ୍ଜନ ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ,(ପ୍ରବେଶ ନ) ଅନୀମେସ ପ୍ରଧାନ,ସାଂସଦ କଳାହାଣ୍ଡି ଙ୍କ ପ୍ରତିନିଧି ଜୟସଙ୍କର ନାଏକ, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ରାଜ୍ୟ
ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଙ୍କ କଳାହାଣ୍ଡି ଗସ୍ତ ଓ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା, ବିଭିନ୍ନ ପ୍ରକଳ୍ପର ଉଦଘାଟନ ।
- Hits: 12