ଭୁବନେଶ୍ୱର, ଜୁଲାଇ ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍ସ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ ପକ୍ଷରୁ ଏଂଟରପ୍ରିନୁ୍ୟଅରସିପ୍ ଆଣ୍ଡ ଇନୋଭେସନ୍ ଶୀର୍ଷକକୁ ନେଇ ୫ ଦିନିଆ ଶିକ୍ଷକଙ୍କ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ।
ଏହି କାର୍ଯ୍ୟକ୍ରମ ବ୍ୟବସାୟ ପରିଚାଳନା ଓ କମ୍ପୁ୍ୟଟର ପରିଚାଳନା ଶିକ୍ଷାନୁଷ୍ଠାନର ସ୍ନାତକ ଶିକ୍ଷକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ । ଏହି ଏଫ୍ଡିପି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକମାନଙ୍କୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଥିବା ଜ୍ଞାନ ଓ ଉଦ୍ୟମର କୋ÷ଶଳର ଆବଶ୍ୟକ ପରିପାଳନ ନିମନ୍ତେ ଉଦ୍ବୁଦ୍ଧ କରିବ ।
ଶିକ୍ଷା, ଉଦ୍ୟୋଗ ଓ ନୂତନ ଉଦ୍ୟମିତାର ଅଭିଜ୍ଞମାନେ ଉଦ୍ୟମିତାର ମାନସିକତା ଏବଂ ଉଦ୍ଭାବନର ନୂତନତ୍ୱ, ନୂତନ ଉଦ୍ୟମିତାର ଉଷ୍ଣିକରଣ, ନୂତନ ଦିଗର ପ୍ରାମାଣିକତା, ବ୍ୟବସାୟ ସଂରଚନା ଓ ଆର୍ଥିକ ସୁଯୋଗ, ବୋ÷ଦ୍ଧିକ ସମ୍ପତି ଏବଂ ଆଇନଗତ ପରିସୀମା ବାବଦରେ ବ୍ୟକ୍ତିଗତ ଭାବେ ଅଧିବେଶନ ସବୁକୁ ସଂଚାଳିତ କରିବେ ।
କାର୍ଯ୍ୟକ୍ରମରେ, ବିଷୟ ଆଲୋଚନା, ତତ୍କ୍ଷଣାତ ଆସିଥିବା କାର୍ଯ୍ୟାବଳୀ ଓ ସୋଆର ଅଟଳ ଇନ୍କୁ୍ୟବେସ କେନ୍ଦ୍ର ଓ ନୂତନ ଉଦ୍ୟମିତା ସଂସ୍ଥାନର ଭ୍ରମଣ ସହ ଶିକ୍ଷଣ ପ୍ରୟୋଗ କରାଯିବ ।
ଏହି କାର୍ଯ୍ୟକ୍ରମ ଉପରେ ବର୍ଣ୍ଣିତ ଶିକ୍ଷକମାନଙ୍କ ପାଇଁ ଓ ଶିକ୍ଷାନୁଷ୍ଠାନମାନଙ୍କର ଯୁବ ଉଦ୍ଭାବକମାନଙ୍କୁ ଉଦ୍ବୁଦ୍ଧ କରିବା ପାଇଁ ଏକ ଦୃଢ଼ ସଂରଚନା ପ୍ରଦାନ କରିବ ।