ହେଡଲାଇନସ୍:

ବିଚ୍ ରାସ୍ତାରେ ନାବାଳୀକାକୁ ଜାଳିଦେଲେ ୩ ଦୁର୍ବୁତ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଳଙ୍ଗା, ପୁରୀ ୧୯/୭: ବିଚ୍ ରାସ୍ତାରେ ନାବାଳୀକାକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଛନ୍ତି ୩ ଦୁର୍ବୁତ୍ତ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ ପିଡ଼ୀତାଙ୍କୁ ଭୂବନେଶ୍ବର ଏମସ୍ ରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବର ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଜଘନ୍ଯ କାଣ୍ଡ ଜନମାନସକୁ ଆଘାତ ଦେଇଛି । ଯୁକ୍ତ ୨ରେ ପଢୁଥିବା ନାବାଳୀକାଟିର ବୟସ ପ୍ରାୟ ୧୬ ବର୍ଷ ହେବ । ସୂଚନା ମୁତାବକ ସେ ନିଜ ସାଙ୍ଗ ଘରୁ ଫେରୁଥିବା ବେଳେ ବାଟରେ ୩ଜଣ ଯୁବକ ଏକ ମୋଟର ସାଇକେଲ ରେ ଆସି ତାଙ୍କ ସହିତ କଥା ହୋଇଥିଲେ । କିଛି ସମୟପରେ ଦୁର୍ବୁତ୍ତ ମାନେ ଝିଅଟି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ସେଠାରୁ ଚଂପଟ ମାରିଥିଲେ। ସେହି ଗ୍ରାମର ଦୁଖିଶ୍ୟାମ ସେନାପତି ଜଳୁଥିବା ଅବସ୍ଥାରେ ଝିଅକୁ ଉଦ୍ଧାର କରି ପ୍ରଥମେ ନିଜ ଘରକୁ ନେଇଯାଇଥିଲେ । ପରେ ପୋଲିସକୁ ଖବର ଦେବାରେ ପୋଲିସ ପହ୍ନଚି ଝିଅଟିକୁ ପ୍ରଥମେ ପିପିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇ ପରେ ଭୂବନେଶ୍ବର ଏମସ୍ ସ୍ଥାନାନ୍ତର କରାଯାଇଥିଲା । ଛାତ୍ରୀଙ୍କ ଗୋଡ଼, ହାତ, ମୁହଁ, ବେକ ଓ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିବା ଜଣାପଡିଛି । ଏହି ଘଟଣା ଏକ ତରଫା ପ୍ରେମ ବ୍ୟାପାର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ଖବର ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କହିଥିଲେ । ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ପରିବାର ଲୋକଙ୍କୁ ଭେଟିଥିବା ଜଣାପଡିଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଶ୍ରୀମତି ପରିଡା ଏସପି ପିନାକ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପିପିଲି ଏସ ଡି ପି ଓ ଦେବାଶିଷ ମିଶ୍ର ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଦୁବୃର୍ତ୍ତ ମାନଙ୍କୁ ଗିରଫ କରିବାକୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି।

0
0
0
s2sdefault