ରାୟଗଡା ତା ୨୭-୨‐୨୦୨୫.: ରାୟଗଡା ସଦର ଗାନ୍ଧୀ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଅଛି। ରାୟଗଡା ସଦର କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଦାନନ୍ଦ ନାୟକ ଏଥିରେ ସଭାପତିତ୍ଵ କରିଥିଲେ। ରାୟଗଡା ବି ଆର ସି ସି ବଳରାମ ହୁଇକା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ଆୱାର୍ଡ ୧୫ ଓ ୧୭ ର କାଉନସିଲର ସନ୍ତୋଷ ଦଳେଇ ଓ ଏମ ଶ୍ରୀନିବାସ ରାଓ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ୱାଙ୍ଗ୍ରାହି ଶବର ଓ ଛବିଲାଲ ସିଂ ଏବଂ ଅବସରପ୍ରାପ୍ତ ଏବିଇଓ ଲାଡି ଲକ୍ଷ୍ମଣମୂର୍ତ୍ତି ଯୋଗଦେଇଥିଲେ । ରାୟଗଡ ସହରର କ୍ଲଷ୍ଟର ୧ ରୁ ପ୍ରତ୍ୟେକ ବିଦ୍ୟାଳୟରୁ ୧୦ ଜଣ ଲେଖା ଏଁ ପ୍ରଥମ ରୁ ତ୍ରୁତୀୟ ଶ୍ରେଣୀ ଛାତ୍ର, ଛାତ୍ରୀ, ଅଭିଭାବକ ଓ ଜଣେ ଗାଇଡ ଶିକ୍ଷକ ଯୋଗଦେଇଥିଲେ । ପିଲାଙ୍କ ଦ୍ବାରା ସ୍ବନିର୍ମିତ୍ତ ଶିକ୍ଷଣ ସାମଗ୍ରୀ, ହସ୍ତକଳା ଓ ଚିତ୍ର କଳା ର ପ୍ରଦର୍ଶନ କରାଯାଇ ଥିଲା । ଅତିଥିବୃନ୍ଦ ସମସ୍ତ ପ୍ରଦର୍ଶନକୁ ବୁଲି ଦେଖିବା ସହ ଶିଶୁଙ୍କୁ ଉତ୍ସାହିତ କରିଥିଲେ । ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଗାନ୍ଧୀ ନଗର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବାତ୍ରିଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗାନ୍ଧିନଗର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ସହଯୋଗ କରିଥିଲେ ।
ରାଜ୍ୟ
କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ
- Hits: 6