ରାଜ୍ୟ ସରକାରଙ୍କ ପରିଚାଳନାଗତ ବିଫଳତା ଯୋଗୁ ଅଘଟଣ: ବିଜେଡି
-
ଭିଆଇପି ପାସ୍ ବ୍ୟବସ୍ଥା ଯୋଗୁ ସାଧାରଣ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବିଫଳ
-
ପୂର୍ବରୁ ଏପରି ଘଟଣା ଘଟିଥିବା ନଜିର ନାହିଁ
-
ରଥଯାତ୍ରାରେ ବଡ଼ ଠାକୁର ପଡ଼ିଯିବା ଏକ ବଡ଼ ଅଘଟଣ ଥିଲା
ଭୁବନେଶ୍ୱର, ୨୭/୦୨/୨୦୨୫: ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ଦିନ ମହାଦୀପ ଉଠିବା ବେଳେ ସେବାୟତ ଜଣକ ଖସି ପଡିବା ଘଟଣା ଦୁଃଖଦାୟକ, ନିନ୍ଦନୀୟ ଓ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି ବିଜୁ ଜନତା ଦଳ କହିଛି ।
ବିଜେଡି ତରଫରୁ ଜାରି କରା ।ଇଥିବା ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ବେଳେ ଘଟିଥିବା ଅଘଟଣ ଏକ ବଡ଼ ଧରଣର ପରିଚାଳନାଗତ ବିଭ୍ରାଟ । ଗତ ରଥଯାତ୍ରା ସମୟରେ,ପହଣ୍ଡି ସମୟରେ ବଡ଼ ଠାକୁର ଖସି ପଡ଼ିଥିଲେ, ଯାହା ବିଶ୍ୱର ଜଗନ୍ନାଥ ପ୍ରେମୀ ମାନଙ୍କ ମନରେ ଗଭୀର ଆଘାତ ଦେଇଥିଲା । ଏହି ଘଟଣାରେ ରାଜ୍ୟ ସରକାର ତଦନ୍ତ କରିବେ ବୋଲି କହିଥିଲେ, କିନ୍ତୁ ସେ ତଦନ୍ତର ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିଲା ନାହିଁ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନ ବେଳେ ଏପରି ଘଟଣା ପୂର୍ବରୁ କେବେ ଘଟିବାର ନଜିର ନାହିଁ । ଦୁଃଖ ଓ ପରିତାପର ବିଷୟ, ସରକାର ଶିବରାତ୍ରି ଦିନ ଦର୍ଶନ ବ୍ୟବସ୍ଥା ମଧ୍ୟ ଶୃଙ୍ଖଳିତ ହୋଇ ପାରି ନଥିବା ଅନେକ ଭକ୍ତ ଅଭିଯୋଗ କରିଛନ୍ତି । ଦର୍ଶନ ପାଇଁ ଧାଡିରେ ସାଧାରଣ ଭକ୍ତମାନେ ଘଣ୍ଟା ଘଣ୍ଟା ଛିଡା ହୋଇ ଦର୍ଶନ ପାଇ ପାରି ନଥିଲା ବେଳେ ନିୟମିତ ଭାବେ ଭିଆଇପି ପାସ ନେଇ ଲୋକମାନେ ପ୍ରବେଶ କରୁଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି େ, ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି । କେଉଁ ପରିସ୍ଥିତିରେ ଭିଆଇପି ପାସ ବ୍ୟବସ୍ଥା କରାଯାଇଥିଲା ଓ କେତେ ଭିଆଇପି ପାସ୍ ରାଜ୍ୟ ସରକାର ଇସ୍ୟୁ କରିଥିଲେ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି ।