ହେଡଲାଇନସ୍:

ବିଜେପିକୁ ବାଏ ବାଏ କଲେ ଦିଲ୍ଲୀପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ଯାହା ଆଶା କରାଯାଉଥିଲା ସେଇଟା ହେଲା । ଶେଷରେ ଦଳ ଛାଡିଲେ ଦିଲ୍ଲୀପ ରାୟ । ବିଜେପି ଭିତରେ ଅତିଷ୍ଠ ହୋଇ ତଥା ଦଳର ଶୀର୍ଷନେତାଙ୍କ ଉପରେ ଆସ୍ଥା ହରାଇ ଉଭୟେ ଛାଡିଛନ୍ତି ବିଜେପି । ଆଉ ଉଭୟେ ବିଜେଡି ଫେରିବା ନିଶ୍ଚିତ ହୋଇଛି ।

ବିଜେପିରେ ଆଇଏଏସ ଅଫିସର ଅପରାଜିତା ସଢଙ୍ଗୀ ଆସି ଯୋଗ ଦେଇ ସେ ଘୋ ଆରମ୍ଭ କଲାବେଳକୁ ଏପଟେ ଦଳର ପୁରୁଖା ବିଧାୟକ ପ୍ରମୁଖ ନେତା ଦଳ ଛାଡିବା ଏବେ ପ୍ଲସ ମାଇନସ କ୍ୟାନ୍ସଲ ସ୍ଥିତି ସୃଷ୍ଟି କରିଛି ବିଜେପିରେ । 
ଆଜି ସକାଳୁ ଦିଲ୍ଲୀପ  ସୋସିଆଲ୍ ମିଡ଼ିଆରେ ତାଙ୍କର ଏହି ଇସ୍ତଫା ବିଷୟରେ ଘୋଷଣା କରିବା ପରେ ବିଧାନସଭାରେ ପହଂଚି ବାଚସ୍ପତିଙ୍କୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀପ କହିଛନ୍ତି "ଦଳ ଓ ପଦ ଛାଡ଼ିବା ନିଷ୍ପତ୍ତି ତାଙ୍କ ପାଇଁ ଯନ୍ତ୍ରଣା ଓ କଷ୍ଟଦାୟକ ଥିଲା । ମାତ୍ର ରାଉରକେଲାବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ତାଙ୍କ ପାଖରେ ଅନ୍ୟ ବିକଳ୍ପ ନ ଥିଲା" ବୋଲି ଦିଲ୍ଲୀପ ତାଙ୍କ ଟୁଇଟର ଓ ଫେସବୁକ୍ ପେଜ୍ ରେ ଉଲ୍ଲେଖ କରିଛନ୍ତି ।  ସୂଚନାଯୋଗ୍ୟ ଯେ, ଜଜ ତାଙ୍କର ଇସ୍ତଫାକୁ ମଧ୍ୟ ତୁରନ୍ତ ଗ୍ରହଣ କରିଥିଲେ । ବାଚସ୍ପତିଙ୍କୁ ଇସ୍ତଫା ଦେବାକୁ ଯିବା ପୂର୍ବରୁ ଦିଲ୍ଲୀପ ବିଜୟ ମହାପାତ୍ରଙ୍କ ନୟାପଲ୍ଲୀ ବାସଭବନ ଯାଇଥିଲେ । 
0
0
0
s2sdefault