ହେଡଲାଇନସ୍:

ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ରେ ରେଢ଼ାଖୋଲ ସହର ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ

ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରେଢ଼ାଖୋଲ ଓକିଲ ସଂଘ ଆନ୍ଦୋଳନ କୁ ଓହ୍ଲାଇଛି l ଓକିଲ ମାନେ ଆଜି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଜାରି ରଖିଥିବା ବେଳେ କୋର୍ଟ କାର୍ଯ୍ୟାଳୟ ସହିତ ସରକାରୀ ,ବେସରକାରୀ କାର୍ଯ୍ୟାଳୟ,ସ୍କୁଲ ,ପେଟ୍ରୋଲ ପମ୍ପ,କଲେଜ,ବ୍ୟାଙ୍କ,ରାସ୍ତା ଘାଟ,ଗାଡ଼ିଚଳାଚଳ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଛନ୍ତି l ଫଳରେ ରାସ୍ତା କଡ଼ରେ ସହସହ ଗାଡ଼ି ମଟର ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି l

ଏହି ପ୍ରତି ବାଦ ରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କାର୍ଯ୍ୟାନୁଷ୍ଠାନୁଷ୍ଠାନ କମିଟୀ, (ସିଏସ୍)ର ଆହ୍ୱାନ କ୍ରମେ ଆଜି ସକାଳ ଠାରୁ 48 ଘଣ୍ଟିଆ ମହାବନ୍ଦ ପାଳନ କରାଯିବାର ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା l ଏହି ଧର୍ମ ଘଟ ଆସନ୍ତା ଶନିବାର ସକାଳ 6 ଟା ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି l ରେଢ଼ାଖୋଲ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ରାସ୍ତା ରୋକ କରାଯାଇଥିଲା l ସେହିପରି କଦଳୀଗଡ଼, ବିଶିପାଲି ଛକ, ଚାରମାଳ, ମୋଚିବାହାଳ, ନାକ୍ଟିଦେଉଳ ବ୍ଲକରେ ସ୍କୁଲ, କଲେଜ, କାର୍ଯ୍ୟାଳୟ, ବ୍ୟାଙ୍କ, ଗାଡ଼ିଚଳାଚଳ ମଧ୍ୟ ବନ୍ଦ ହୋଇଛି ବୋଲି ଜଣାପଡ଼ିଛି l ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ସବୁ ଛକ ରେ ପୋଲିସ ମୁତୟନ କରାଯାଇଛି l

 

0
0
0
s2sdefault