ହେଡଲାଇନସ୍:

ସହିଦଙ୍କ ସ୍ମରଣରେ କାର୍ଯ୍ୟକ୍ରମ ସହୀଦ ଶ୍ରଦ୍ଧାଞ୍ଜଳି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼,(ସୁନୀଲ ବେହେରା) ସ୍ଥାନୀୟ ବିଆରସି ବିଲ୍ଡିଙ୍ଗ ଠାରେ ରାଇଟ ଟୁ ଫାଇଟ ଟିଟିଲାଗଡ଼ ପକ୍ଷରୁ ଦେଶ ପାଇଁ ତଥା ଦେଶର ସ୍ୱାଭିମାନ ପାଇଁ ପ୍ରାଣ ହରାଇଥିବା ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ଶହୀଦ ଶ୍ରଦ୍ଧାଞ୍ଜଳୀ ନାମିତ ଏକ ଦେଶଭକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି । ରାଇଟ ଟୁ ଫାଇଟର ସଭାପତି ରାଜେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ,  ମୁଖ୍ୟ ଅତିଥି, ପୁର୍ବତନ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ, ଗୁଡ଼ଭେଲା ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା, ଆରପିଏଫ ଥାନାଧିକାରୀ ସୁଶୀଲ ପାଠକ, ବିଜେପି ଜିଲ୍ଲା ସମ୍ପାଦକ ମୁକେଶ ଜୈନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଇଟ ଟୁ ଫାଇଟର ସମ୍ପାଦକ ହିଫଜୁଲ ରେହମାନ ଓ ସମ୍ବର୍ଦ୍ଧିତ ପ୍ରତିଭା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅତିଥି ବୃନ୍ଦ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗକରିଥିବା ଶହୀଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ସଭା ପ୍ରାରମ୍ଭରେ ଅତିଥି ବୃନ୍ଦ ୨୦୦୮ ମସିହା ୨୬ ନଭେମ୍ବର ଦିନ ମୁମ୍ବାଇ ରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଜବାନ୍ ମାନଙ୍କ ଫଟୋଚିତ୍ର ସମ୍ମୁଖରେ ପୁଷ୍ପାଞ୍ଜଳୀ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଇଣ୍ଡିଆନ ଆର୍ମୀର ଆଶିଷ ପାଢୀ, ସଞ୍ଜିବ କୁମାରେ ଗଉଡ଼, ହୃଷିକେଶ ପ୍ରଧାନ ପ୍ରମୁଖ ୩ ଜଣ ଅବସରପ୍ରାପ୍ତ କର୍ମଚାରୀ ଓ କର୍ମରତ କର୍ମଚାରୀ ନିର୍ମଲ ରଣାଙ୍କୁ ସଂବର୍ଦ୍ଧିତ  କରାଯାଇଥିଲା । ସେହିପରି ଟିଟିଲାଗଡ଼ ରଘୁନାଥ ପଡ଼ାର ଶହୀଦ ଦୀପକ ବେହେରାଙ୍କୁ ମରଣୋପରାନ୍ତ ସମ୍ମାନରେ ତାଙ୍କ ସ୍ତ୍ରୀଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଶ୍ରୀ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ସରସ୍ବତୀ  ଶିଶୁ ମନ୍ଦିର ଛାତ୍ରୀ ବୃନ୍ଦ ଜାତୀୟ ଗୀତ ପରିବେଷଣ କରିଥିଲେ । ଆଲବମ୍ ଅଭିନେତ୍ରୀ ମାଧବିକା ପଣ୍ଡା ଅତିଥି ମାନଙ୍କୁ ମଞ୍ଚାସୀନ କରାଇଥିବା ବେଳେ ଶେଷରେ ଦିଲୀପ ଖର୍ସେଲ ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିରର ହାରମୋନି ଗୃପର କଣ୍ଠଶିଲ୍ପୀ, ଅଶୋକ ମେହେର ଓ ତାଙ୍କ ଦଳ ଏବଂ ମଣ୍ଟୁ ନୃତ୍ୟ ଦଳଙ୍କ ଦ୍ୱାରା ଶହୀଦ ମାନଙ୍କ ଜୀବନରେ ଦୈନନ୍ଦିନ ଘଟୁଥିବା ବିଭିନ୍ନ ଘଟଣାକ୍ରମ ଉପରେ ଆଧାରିତ ଦେଶାତ୍ମକବୋଧ ସଂଗୀତ ଓ ନୃତ୍ୟ ପର୍ଯ୍ୟାୟକ୍ରମେ ପରିବେଷଣ କରି ଦେଶପ୍ରୀତିର ପରିବେଶ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଆୟୋଜକ ମଣ୍ଡଳୀର ସମ୍ପାଦକ ହିଫଜୁଲ ରେହମାନ, ଭୁବନେଶ୍ୱର ସାହୁ, ସନ୍ତୋଷ ପନୁଆ, ବିପିନ ଠାକୁର, ସୁନୀଲ ଆଚାର୍ଯ୍ୟ, ଶ୍ୟାମ ମହରଣା, କାର୍ତ୍ତିକ ରାଓ, ଅନିଲ, ରାଜା, ସନ୍ତୋଷ ମହାନ୍ତି ଓ ରକ୍ତଦାତା ସଂଘର ସଭାପତି ବନମାଳୀ ବେହେରାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।  

0
0
0
s2sdefault