ହେଡଲାଇନସ୍:

ପଶ୍ଚିମ ଓଡିଶା ହାଇକୋର୍ଟ ବେଂଚ ପାଇଁ ମହାବନ୍ଦକୁ ପଦ୍ମପୁରରେ ସମର୍ଥନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ନୀଳ ଦୀପ : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ନେଇ ମହାବନ୍ଦ ପାଇଁ ଦିଆ ଯାଇଥିବା ଆହ୍ୱାନକୁ ବରଗଡ ଜିଲ୍ଲା ପଦ୍ମପୁର  ଓକିଲ ସଂଘ ତରଫରୁ  ସମର୍ଥନ କରାଯାଇ ଆଜି ଦିନକ ପାଇଁ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି  । ଏହି ବନ୍ଦ ଯୋଗୁଁ ସହରର ସମସ୍ତ ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଗାଡି ମଟର ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି  । ଏହି ବନ୍ଦକୁ ସହରର ସମସ୍ତ ଜନସାଧାରଣ ସମର୍ଥନ ଜଣାଇଛନ୍ତି । ପଦ୍ମପୁରର ମୁଖ୍ୟ ଛକ ଭେଉଁରିଆ ଛକଠାରେ ଓକିଲ ସଙ୍ଘର କର୍ମକର୍ତାମନେ ବ୍ୟାନର ଲଗାଇ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ସ୍ଥାପନ ସପକ୍ଷରେ ବିଭିନ୍ନ ନାରା ଲଗାଇ ରାସ୍ତାରୋକ କରିଥିଲେ  । ପଦ୍ମପୁର ସହର ସମେତ ପାଇକମାଲ, ଝାରବନ୍ଧ ଓ ଗାଇସିଲାଟ ବ୍ଲକ ମଧ୍ୟ ବନ୍ଦ ରହିଥିବା ଜଣା ପଡିଛି  । ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ସବୁ ଛକରେ ପୋଲିସ ମୁତୟନ କରାଯାଇଛି  । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ  ଜାରି ରହିବ ବୋଲି ଆଇନଜିବୀମାନେ ଜଣାଇଛନ୍ତି  ।

 

0
0
0
s2sdefault