ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୧୧/୨୪ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଙ୍କ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଅବସରରେ ଡାବୁଗାଁ ବିଜେପି ଦଳର ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବୀ ଉପସ୍ଥାପନ କରିଥିଲେ । ଏହା ସହ ଏହାର ତୁରନ୍ତ ସମାଧାନ ନିମନ୍ତେ ବିହୀତ ପଦକ୍ଷେପ ନେବାକୁ ଦାବୀ କରିଥିଲେ। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସମୟରେ ବିଜେପି ପ୍ରତିନିଧି ମଣ୍ଡଳ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମ୍ବୁଲାନ୍ସ ସେବା ପ୍ରଦାନ, ଶବ ଵାହାକ ଯାନ ପ୍ରଦାନ, ଡେପୁଟେଶନ ରେ ମଇଦଲ ପୁର ପଠା ଯାଇଥିବା ମେଦନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଏ ଏନ ଏମ ଙ୍କୁ ଫେରାଇ ଆଣିବା, ଶବ ବ୍ୟବଚ୍ଛେଦ ଗୃହ ଓ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରିବାକୁ ପ୍ରତିନିଧି ମଣ୍ଡଳ ଦାବୀ କରିଥିଲେ। ଡାବୁଗାଁ ରେ ଶବ ବ୍ୟବଚ୍ଛେଦ ର ସ୍ଥାୟୀ ଗୃହ ନ ଥିବା ବେଳେ ଗୋଟିଏ ରୁଗଣ ଗୃହରେ ଶବ ବ୍ୟବଚ୍ଛେଦ ହେଉଛି। ଶବ ରଖିବା ପାଇଁ ସୁରକ୍ଷିତ ଗୃହ ନ ଥିବାରୁ ଶବ କୁ ଅସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରଖା ଯାଉଛି। ଯୋ ଦ୍ଵାରା କର୍ମଚାରୀ ଓ ରୋଗୀ ଅପ୍ରୀତିକର ପରିସ୍ଥିତିର ରହୁଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ସ୍ଥାୟୀ କର୍ମଚାରୀ ନ ଥିବାରୁ ଏଠାରେ ଥିବା ଅସ୍ଥାୟୀ କର୍ମଚାରୀ ଶବ ବ୍ୟବଚ୍ଛେଦ ପାଇଁ ଅଧିକ ଟଙ୍କା ଦାବୀ କରୁଥିବା ଦେଖା ଯାଉଛି। ତେଣୁ ଏହି ଦାବୀ ଗୁଡ଼ିକ ର ତୁରନ୍ତ ସମାଧାନ ସହ ସ୍ଥାୟୀ ପ୍ରତିକାର କରିବାକୁ ବିଜେପି ର ପ୍ରତିନିଧି ମଣ୍ଡଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଥିଲେ। ଏହି ଦାବୀ ପତ୍ର ପ୍ରଦାନ ସମୟରେ ବରିଷ୍ଠ ବିଜେପି ନେତା ଦିବାନ ସିଂ,ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଶୁଭ ଜିତ ପାଣିଗ୍ରାହୀ,ମନୋଜ ପାତ୍ର,ନରେଶ ସିଂ, ଜି ସତ୍ୟା ରାଓ,ନରୁ ସିଂ, ପାପିନି ମୁନି ଓ ସୁବ୍ରତ ପାତ୍ର ଉପସ୍ଥିତ ଥିଲେ। ଏଥି ସହ ବିଜେଡି ର ଡାବୁଗାଁ ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ ଓ ଜିଲ୍ଲା ପରିଷଦ ଜୋନ ୨ ସଭ୍ୟ ଗୁପ୍ତ ବିଶୋଇ ମଧ୍ୟ ସି ଡି ଏମ ଓ ଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟକେନ୍ଦ୍ର ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ରାଜ୍ୟ
ସିଡିଏମଓ ଙ୍କୁ ଡାବୁଗାଁ ବିଜେପି ପ୍ରତିନିଧି ମଣ୍ଡଳ ତରଫରୁ ବିଭିନ୍ନ ଦାବୀ ଉପସ୍ଥାପନ
- Hits: 57