ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଟିଟିଲାଗଡ଼ ସହରରେ କାର୍ଯ୍ୟକାରୀ ହେଉଥବା ବିଭିନ୍ନ ଉନ୍ନୟନ ଯୋଜନାର ସମୀକ୍ଷା ସହ କାର୍ଯ୍ୟର ତଦାରଖ ବିଧାୟକ ନବୀନ ଜୈନ କରିଛନ୍ତି । ତାଙ୍କ ସହ ପୌରାଧ୍ଯକ୍ଷା ମମତା ଜୈନ, ପୌର ନିର୍ବାହୀ ଅଧୂକାରୀ ସନ୍ଦୀପ ଚନ୍ଦ୍ରକାର, ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀ ତଥା ଜନସ୍ବାସ୍ଥ୍ୟ, ବିଦ୍ୟୁତ ଆଦି ବିଭିନ୍ନ ବିଭାଗ ଅଧିକାରୀଙ୍କ ଗହଣରେ ବିଧାୟକ ସହରର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ସୂଚନା ଅନୁସାରେ, ପୂର୍ବ ବିଭାଗ ଦ୍ବାରା ନିର୍ମାଣ ସହ ଉଦ୍ଘାଟନର ୫ବର୍ଷ ପୂରିନଥିବା ରେଳ ଓଭର ବ୍ରିଜ ରାସ୍ତା ଅନେକ ସ୍ଥାନରେ ଉପୁଡିଯାଇଛି । ବ୍ରିଜ ଉପରୁ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା ନାହିଁ । ସତିଘାଟରୁ ସହର ଦେଇ ଯାଇଥିବା ବାନ୍ଧୁପଲା ପର୍ଯ୍ୟନ୍ତ ରାସ୍ତା ଅନେକ ସ୍ଥାନରେ ଖାଲଖମାରେ ଭର୍ତ୍ତି ହୋଇଛି । ଏହାର ମରାମତି କରିବାକୁ ବିଧାୟକ ଶ୍ରୀ ଜୈନ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟସ୍ଥ ଅନେକ ରାସ୍ତା ଜବରଦଖଲ ସହ ନିଖୋଜ ହୋଇଥିବା ଅଭିଯୋଗ ହୋଇଆସୁଛି । ଉକ୍ତ ରାସ୍ତା ତୁରନ୍ତ ଖୋଜି ବାହାର କରିବା ସହ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହରର ଅନେକ ୱାର୍ଡର ନାଳ ବର୍ଷ ବର୍ଷ ହେଲା ସଫା ହୋଇନାହିଁ । ଏନେଇ ପୌର ପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା ପ୍ରତି ଅଗ୍ରାଧିକାର ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ରାସ୍ତାକୁ ମାଡି ରହିଥିବା ବିଦ୍ଯୁତ ଟ୍ରାନ୍ସଫର୍ମର, ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ରାସ୍ତାରେ ବୁଲି ବୁଲି ସମସ୍ଯା ବୁଝିବା ସାଧାରଣରେ ଆସ୍ଥା ସୃଷ୍ଟି କରିଛି । ନାଗରିକଙ୍କ ସମସ୍ୟା କିଭଳି ସମାଧାନ ହେବ ସେ ନେଇ ତାଙ୍କ ପ୍ରାଥମିକତା ରହିଥିବା ବିଧାୟକ ଶ୍ରୀ ଜୈନ କହିଛନ୍ତି ।
ଦେଖାଯାଉ ଏହି କାର୍ଯ୍ୟର ସମାଧାନ କେତେଦିନ ଭିତରେ ହେବ, ଜନସାଧାରଣଙ୍କ ଦୃଷ୍ଟି ଅପେକ୍ଷାରେ ରହିଲା l
ରାଜ୍ୟ
ଉନ୍ନୟନ କାର୍ଯ୍ୟର ତଦାରଖ କଲେ ବିଧାୟକ l
- Hits: 4