ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ : ରାୟଗଡ଼ ଜିଲ୍ଲାରେ ଆଜି ସ୍ଥାନୀୟ ବିଜୁ ପଟନାୟକ ଅଡିଟରିୟମ ରେ ଉତ୍ସାହ ସହକାରେ ପାଳନ କରାଯାଇଛି । ଉକ୍ତ କାର୍ଯକ୍ରମରେ ସର୍ବଶ୍ରୀ ହେମନ୍ତକୁମାର ନାୟକ, ସଭାପତି କୋରାପୁଟ ଜିଲ୍ଲା ସମବାୟ ସଂଘ, କୋରାପୁଟ ସଭାପତିତ୍ଵ କରିଥିବା ବେଳେ ଏହି କାର୍ଯକ୍ରମରେ ଶିବ ପଟନାୟକ , କାଳୀରମ ମାଝୀ , ବସନ୍ତ କୁମାର ଉଲ୍ଲକା , ବନଗଡି ତିରୁପତି ,ଜଗନ୍ନାଥ ନୂଣ୍ଡରୁକା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ. ବବିଲତା ଶ୍ରଫ୍ଫ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସାଇ ମାଧବ ସମ୍ମାନିତ ବକ୍ତା ଭାବର ଯୋଗ ଦେଇଥିଲେ । “ ସମବାୟ ସମସ୍ତଙ୍କ ଉତ୍ତମ ଭବିଷ୍ୟତ ଗଠନ କରେ “ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ସମସ୍ତ ଅତିଥି ଓ ବକ୍ତା ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତକାର୍ଯ ହୋଇଥିବା ଛାତ୍ର ଓ ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶ୍ରେଷ୍ଠ ଲ୍ୟାମ୍ପସ ଭାବରେ ରମାନଗୁଡା ଲ୍ୟାମ୍ପସ , ଶ୍ରେଷ୍ଠ ମତ୍ସ୍ୟ ସମବାୟ ସମିତି ଭାବରେ ମା ମଙ୍ଗଳା ମତ୍ସ୍ୟ ସମବାୟ ସମିତି, କେଂଦୁଗୁଡା , ଶ୍ରେଷ୍ଠ RCMS ଭାବରେ ରାୟଗଡା RCMS ଓ ନାଗାବଳୀ କୃଷି ସମବାୟ ସମିତି , ଯେ କେ ପୁର ଙ୍କୁ ଶ୍ରେଷ୍ଠ ଆଗ୍ରୋ ଫୋରେଷ୍ଟ ସମବାୟ ସମିତି ଭାବରେ ପୁରସ୍କୃତ କରାଯାଇଥିଲା ।
ଶ୍ରୀ ସୀତାପତି କରୁଣାକର ମାଝୀ ଉପ ନିବନ୍ଧକ ସମବାୟ ସମିତି ସମୂହ ରାୟଗଡା ଙ୍କ ଆବାହକ ହୋଇଥିବାବେଳେ ଶ୍ରୀ ଭବାନୀ ଶଙ୍କର ଦାସ ଓ ଶିବ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଏଥିରେ ସମବାୟ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ

0
0
0
s2sdefault