ହେଡଲାଇନସ୍:

ପ୍ରଶାସନ ଜାଣି ଅଜଣା- ମାଙ୍କଡ଼ାପଥର ଚୋରାଚାଲାଣ: ବିପୁଳ ରାଜସ୍ୱ ହାନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଯାଜପୁରରୁ ବ୍ୟୁରୋ ଚିଫ୍ ଜୟଶଙ୍କର ଦାଶଙ୍କ ସହ ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ): ବଡ଼ଚଣା ବ୍ଲକର ଦର୍ପଣ ତହସିଲ ଅନ୍ତର୍ଗତ ଗୋପାଳପୁର ଚାରିଗୋଚ୍ଛିଆ, ଦୋରାବାଟି ଏବଂ କୋଲସାହିର ସୀତାପଡ଼ା ଅଞ୍ଚଳରୁ ଦୈନିକ ଶହ ଶହ ଟି୍ରପ ମାଙ୍କଡ଼ାପଥର ଚୋରାଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ଦୀର୍ଘଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଜାଣି ଅଜଣା ରହୁଛି । ବେଆଇନ ମାଙ୍କଡ଼ାପଥର ଚୋରାଚାଲାଣରେ କିଛି ପ୍ରଭାବଶାଳୀ ରାଜନେତା ଏବଂ ସ୍ଥାନୀୟ ପ୍ରଶାସନର ପ୍ରଚ୍ଛନ୍ନ ହାତ ରହିଥିବା ସାଧାରଣରେ ଆଲୋଚନା ହେଉଛି । ଫଳରେ ବିପୁଳ ରାଜସ୍ୱ ହାନି ଘଟୁଛି । ସ୍ପଷ୍ଟ ଦିବାଲୋକରେ ମାଫିଆମାନେ ଖଣିଜ ସମ୍ପଦ ଲୁଟ୍ କରିଚାଲୁଥିଲେ ହେଁ ଏଥିପ୍ରତି କାହାର ନଜର ପଡ଼ୁନି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ନଚେତ୍ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

0
0
0
s2sdefault