ହେଡଲାଇନସ୍:

କେନ୍ଦୁଝରରେ ଶେଷ ହେଲା ତିନି ଦିନିଆ ବିଶାଳ ରୋଜଗାର ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ମେଳାରେ ଖୋଲିଲା  ୧୮ଟି କ୍ଷେତ୍ରର ୩୯ଟି ଷ୍ଟଲ

• ତିନିଦିନରେ ୫୦୦୦ରୁ ଉର୍ଧ ପଂଜୀକରଣ

କେନ୍ଦୁଝର(ସଂଜୀବ ନାୟକ)  : କେନ୍ଦୁଝରସ୍ଥିତ ଓଡିଶା ସ୍କୁଲ ଅଫ ମାଇନିଂ ଇଂଜିନିୟରିଂ ପରିସରରେ ବୁଧବାର ଠାରୁ ତିନି ଦିନିଆ ବିଶାଳ ରୋଜଗାର ମେଳା ଶେଷ ହୋଇଛି । ଏହି ମେଳାରେ ୧୮ଟି ବିଭିନ୍ନ କ୍ଷେତ୍ରର ୩୯ଟି ଷ୍ଟଲ ଖୋଲିଥିଲା |

ମିଳିଥିବା ସୂଚନା ଅନୁସାରେ ତିନିଦିନରେ  ୫୦୦୦ରୁ ଉର୍ଧ ଯୁବକ ଯୁବତୀ ଏହି ମେଳାକୁ ଆସିଛନ୍ତି । ତିନି ଦିନରେ ୩୦୦୦ରୁ ଉର୍ଧ ପଂଜୀକରଣ ହୋଇଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ |  ସେହିପରି ତିନି ଦିନରେ୨୫୦୦ରୁ  ଉର୍ଧ ଯୁବକ ଯୁବତୀମାନେ କାଉନସେଲିଂ ହୋଇଛନ୍ତି । ଏହିତିନି ଦିନ ରୋଜଗାର ମେଳାରେ ରୋଜଗାର ପାଇଁ ୯୦୦ ଜଣ ତାଲିକାଭୁକ୍ତ ହୋଇଛନ୍ତି । 

ଆଜିରସମାରୋପ  କାର୍ଯ୍ୟକ୍ରମରେ ପାଟଣାଗଡ଼ବିଧାୟକ ତଥା ବିଧାନସଭାରେବିଧାୟକ ଦଳ ନେତା କନକବର୍ଦ୍ଧନ ସିଂ ଦେଓ ଯୋଗଦେଇ ଏହିଭଳି କେନ୍ଦ୍ର ସରକାରଙ୍କ ଉଦ୍ୟମରେ ହେଉଥିବା ରୋଜଗାର ମେଳା ବେକାର ଯୁବକଯୁବତୀ ମାନଙ୍କୁ ରୋଜଗାରକ୍ଷମ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ କେନ୍ଦୁଝର ସାଂସଦ ଅନନ୍ତ  ନାଏକ, ପୁର୍ବତନ ସଦର ବିଧାୟକ ମୋହନ ଚରଣ ମାଝୀ, ଟ୍ରାଇଫେଡ଼ର ପୁର୍ବତନ ଅଧକ୍ଷା ସୁକେଶି ଓରାମ,କେନ୍ଦୁଝର ଖଣି ଯାନ୍ତ୍ରୀକ ବିଦ୍ୟାଳୟର ଅଧକ୍ଷ ଜ୍ଞାନରଞ୍ଜନ ଦାସ,ଏନଏସଡ଼ିସିର ଡ଼ା ଅର୍ଚ୍ଚନା ସିଂ ପ୍ରମୁଖ ଉପସ୍ଥିତ ଥିଲେ । ତିନିଦିନରେ ଏହି ରୋଜଗାର ମେଳାକୁ ଏନଏସଡ଼ିସିର ବିକ୍ରମ ଦାସ ଓ ରତ୍ନାକର  ପାଣିଗ୍ରାହୀ ପରିଚାଳନା କରିଥିଲେ | ଭାରତ ସରକାରଙ୍କ ଦକ୍ଷତା ବିକାଶଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ସ୍କିଲ ଡେ଼ଭଲପମେଂଟ କର୍ପୋରେସନ ସ୍କିଲ ଇଣ୍ଡିଆ ମିଶନର ଅଂଶସ୍ୱରୂପ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଯୁବାବର୍ଗଙ୍କ ବିକାଶ ପାଇଁସାରା ଦେଶରେ ଆଗକୁ ଅନ୍ୟାନ୍ୟ ରାଜ୍ୟ ଗୁଡ଼ିକରେ ଏନଏସଡ଼ିସି ଏଭଳି ସମାନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । 

 

0
0
0
s2sdefault