ହେଡଲାଇନସ୍:

ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟାଙ୍କ ଦକ୍ଷତା ବିକାଶ ସମ୍ପର୍କିତ ତିନି ଦିନିଆ ଆଲୋଚନା ଚକ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁରକ୍ଷା ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଆଦିମ ଆଦିବାସୀ ତଥା ଲାଞ୍ଜିଆ ସଉରା ଜନଜାତି ବସବାସ କରୁଥିବା ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକର ସୁପରିଚାଳନା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ, ଶିକ୍ଷକ, ଓ ମାଆ, ଶିକ୍ଷକ କମିଟି ଗୁଡିକୁ ସୁଦୃଢ କରିବା ଏବଂ କମିଟିର ସଭ୍ୟ/ସଭ୍ୟାମାନଙ୍କ ଦକ୍ଷତା ବିକାଶ କରାଇବା ପାଇଁ ତିନିଦିନିଆ ଆବାସିକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଯାଇଛି । ସୁରକ୍ଷା ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲା ସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରି ଶିକ୍ଷା ଓ ସଚେତନତା ଦ୍ୱାରା ନିଜ ଅଧିକାର ଓ ଦାୟିତ୍ୱକୁ କିଭଳି ସାବ୍ୟସ୍ତ କରି ହୁଏ ଏବଂ ଏହା ଦ୍ୱାରା ନିଜର ଓ ଗ୍ରାମାଞ୍ଚଳରେ ସର୍ବାଙ୍ଗୀନ ବିକାଶ ହେବା ଦିଗରେ ସହାୟକ ହୋଇଥାଏ ତାହା ବୁଝାଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଅତିଥି ଭାବେ ଯୋଗେଇ ଶିକ୍ଷା ଅଧିକାର ଆଇନ ଓ ଶିକ୍ଷାର ଉନ୍ନତ ଦିଗରେ ସରକାରୀ ପଦକ୍ଷେପ ଓ ବିଭିନ୍ନ ଦିଗ ଉପରେ କହି ବିଦ୍ୟାଳୟ ଶିକ୍ଷା  ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯଦି ସେମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଓ ଭୂମିକା ଉପରେ ସଚେତନ ହୋଇପାରିଲେ ହିଁ ବିଦ୍ୟାଲୟ ସୁପରିଚାଳନାରେ ବିଶେଷ ଅଗ୍ରଗତି ଘଟିବ ବୋଲି କହିଥିଲେ । ଅନୁଷ୍ଠାନର ସଂଯୋଜକ ସୁନିଲ କୁମାର ପାତ୍ର ଏବଂ ଓଡିଶା ଶିକ୍ଷା ଅଧିକାର ଫୋରମର ସ୍ମୃତି ରଞ୍ଜନ ଜେନା ଯୋଗଦେଇ ଲାଞ୍ଜିଆ ସଉରା ଆଦିମ ଆଦିବାସୀ ବସବାସ କରୁଥିବା ଅଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକର ସୁପରିଚାଳନା ଦିଗରେ ସେହି ଅଞ୍ଚଳର ରହିଥିବା ବିଭିନ୍ନ ସ୍କୁଲ କମିଟି ସଦସ୍ୟମାନଙ୍କ ଦାୟିତ୍ୱ କର୍ତ୍ତବ୍ୟ ଓ ଭୁମିକା ସମସ୍ତ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶ ଗ୍ରହଣ , ସେମାନଙ୍କ ସେଚନତା ଦ୍ୱାରା ବିଦ୍ୟାଳୟ ସର୍ବାଙ୍ଗିନ ଉନ୍ନତି ହେବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ କିଭଳି ଉଜ୍ୱଳ ହୋଇପାରିବ ସେ ଦିଗରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ତୁମଲ, ଅଜୟଗଡ. ଭୁବନି , ସେରଙ୍ଗ ଓ କୁଜାସିଂ, ପଞ୍ଚାୟତ ଅଞ୍ଚଳର ୩୦ଗୋଟି ବିଦ୍ୟାଳୟର ଶତାଧିକ ସଂଖ୍ୟାରେ ବିଦ୍ୟାଳୟ ପରିଚାଳନା କମିଟି ସହ ଅଭିଭାବକ , ଶିକ୍ଷକ ଓ ମାଆ ଶିକ୍ଷକକମିଟିର ସଭାପତି, ସଭ୍ୟସଭ୍ୟାମାନେ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

 

 

 

 

 

 

 

 

0
0
0
s2sdefault