ହେଡଲାଇନସ୍:

ଦିନଦୟାଲ ଉପାଧ୍ୟାୟ  - ଗ୍ରାମୀଣ କୌଶଲ୍ ଯୋଜନା : ରୋଜଗାର ବ୍ୟବସ୍ଥା ଉପରେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଭାରତ ସରକାରଙ୍କ ଦିନଦୟାଲ ଉପାଧ୍ୟାୟ  - ଗ୍ରାମୀଣ କୌଶଲ୍ ଯୋଜନାରେ ସ୍ଥାୟୀ ରୋଜଗାର ବ୍ୟବସ୍ଥା  ଉପରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏକ ଦକ୍ଷତା ସଚେତନତା ଅଭିଯାନ ରଥ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଂପୃକ୍ତ ଯୋଜନା ପାଇଁ ଜିଲ୍ଲା ବ୍ୟାପି ସଚେତନତା କରିବା ନେଇ ଚାରୋଟି ଦକ୍ଷତା ସଚେତନତା ଅଭିଯାନ ରଥକୁ ଜିଲ୍ଲାପାଳ ଅନୁପମ ଶାହା, ଓଡିଶା ଜିବିକା ମିଶନ ନିର୍ଦ୍ଦେଶକ ତଥା ସଦସ୍ୟ ସଚିବ ସ୍ମତିରଞ୍ଜନ ପ୍ରଧାନ, ଓରମାସ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ଦାସ, ଉପ-ନିର୍ଦ୍ଦେଶିକା ସଂଘମିତ୍ରା ନାୟକ ଦକ୍ଷତା ବିକାଶ ଉପନିର୍ଦ୍ଦେଶକ ନୀଳକଣ୍ଠ ରଥ ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖ ଯୋଗଦେଇ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ପ୍ରଶିକ୍ଷଣ କେନ୍ଦ୍ରରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଓଡିଶା ଜିବିକା ମିଶନ ନିର୍ଦ୍ଦେଶକ ତଥା ସଦସ୍ୟ ସଚିବ ସ୍ମୁତି ରଞ୍ଜନ ପ୍ରଧାନ ଯୋଗଦେଇ ତିତିଲି ପ୍ରଭାବିତ ଗଜପତି ଜିଲ୍ଲାରେ ଗ୍ରାମାଞ୍ଚଳର ବେକାର ଯୁବକଯୁବତୀ ମାନଙ୍କୁ ଶିକ୍ଷାଗତ ଅନୁଯାୟୀ ଚିହ୍ନଟ କରି ସେମାନଙ୍କୁ ତୁରନ୍ତ ତାଲିମ ଦେବା ସହ ସେମାନଙ୍କୁ ଚାକିରି ଦିଆଯିବା ସମ୍ପର୍କରେ ବୁଝାଇଥିଲେ । ଜିଲ୍ଲାପାଳ ଶ୍ରୀ ଶାହା ଗ୍ରାମାଞ୍ଚଳରେ ଯେଉଁ ବେକାର ଯୁବକ ଯୁବତୀ ମାନେ ସ୍ଥାୟୀ ରୋଜଗାର ପାଇଁ ତାଲିମ ନେଇ ଆଗକୁ ବଢି ନିଜର ଭବିଷ୍ୟତ ଜୀବନ ଜିବିକା ଦିଗରେ ଚାକିରୀ କରିବାକୁ ଚାହୁଁଛନ୍ତି, ସେଥିପାଇଁ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ଠାରେ ସଂପୃକ୍ତ ଯୋଜନା ଉପରେ ସେମାନଙ୍କ ଜ୍ଞାତ ସୁବିଧା ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇ ଅବଗତ କରାଇବା ବ୍ୟବସ୍ଥା ରହିଥିବା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓରମାସର କାର୍ଯ୍ୟରତ ନିର୍ବାହୀ ନିର୍ଦ୍ଦେଶକ ବିରଞ୍ଚି ନାରାୟଣ ଦାଶ ଉପନିର୍ଦ୍ଦେଶିକା ସଂଘମିତ୍ରା ନାୟକ, ଦକ୍ଷତା ବିକାଶ ଉପନିର୍ଦ୍ଦେଶକ ନୀଳକଣ୍ଠ ରଥ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଏବଂ ଓରମାସ ଜିଲ୍ଲା ସହକାରୀ ନିର୍ଦ୍ଦେଶକ ଗୁଣ୍ଡିଚା ବେହେରା ପ୍ରମୁଖ ମଞ୍ଚାସୀନ ରହି ଉଦ୍‍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଡିଓ, ଦକ୍ଷନଥିପତ୍ର ଲେଖକ, ଗୋଷ୍ଠୀ ସହାୟିକା ଓ ଗୋଷ୍ଠୀ ଭିତ୍ତିକ ସଦସ୍ୟ ମାନେ ଯୋଗଦେଇ ଏବଂ ବିଭିନ୍ନ କର୍ମନିଯୁକ୍ତି ସଂସ୍ଥା ମାନେ ଉପସ୍ଥିତ ରହି ସେମାନଙ୍କ ତାଲିମ ଓ ସଂସ୍ଥା ଉପରେ ବୁଝାଇଥିଲେ । ବହୁ ସଂଖ୍ୟାରେ ସଂପୃକ୍ତ ଯୋଜନାରେ ତାଲିମ ପାଇଁ ନିଯୁକ୍ତି ପ୍ରାପ୍ତ ଯୁବକଯୁବତୀ ମାନଙ୍କ ସମେତ ଓରମାସ ଓ ଜିଲ୍ଲା ମିଶନ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

0
0
0
s2sdefault