ହେଡଲାଇନସ୍:

ପଦ୍ମପୁର  ଶିଶୁ  ବିଦ୍ୟାମନ୍ଦିରରେ ମାତୃ ସମ୍ମିଳନୀ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ନୀଳ ଦୀପ :  ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାରା  ପାଦଯାତ୍ରାର ସଂକଳ୍ପ ନେଇ ବାହାରିଥିବା କୁନ୍ତରା ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତନନ୍ଦପୁରୀ ଜୀଙ୍କୁ ଉପସ୍ଥିତ ମାତୃମଣ୍ଡଳୀ, ଗୁରୁଜୀ-ଗୁରୁମା ମାନେ ସତୀଭଟା ଛକଠାରୁ ସମ୍ମାନର ସହିତ ଭବ୍ୟ ଶୋଭାଯାତ୍ରାରେ ଶିଶୁମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ମହାରାଜ ମୁଖ୍ୟଅତିଥି ଭାବେ ଜିଗ ଦେଇ  ସମ୍ମିଳନୀ କୁ ଉଦ୍ଘାଟନ କରିଥିଲେ । ସ୍ୱାମୀଜୀ ଉପସ୍ଥିତ ମାତୃମଣ୍ଡଳୀଙ୍କୁ ହିନ୍ଦୁରାଷ୍ଟ୍ରରେ ଆଜିକାର ଶିଶୁଶିକ୍ଷା ଓ ଲାଳନପାଳନ ଉପରେ ମାର୍ଗର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପ୍ରଧାନ ଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଶ୍ରୀଯୁକ୍ତ ପ୍ରଧାନ ଅତିଥି ପରିଚୟ ପ୍ରାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ସ୍କୁଲ ପରିଚାଳନା କମିଟୀ ସଭାପତି ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପ୍ରଧାନ ଓ ସଂପାକ ଆଶିଷ ମିଶ୍ର ମଂଚାସୀନ ଥିଲେ । ଗୁରୁମା କଲ୍ୟାଣୀ ମିଶ୍ର ସଭା ସଂଯୋଜନା କରିଥିବାବେଳେ ସଂପାକ ଆଶିଷ ମିଶ୍ର ଧନ୍ୟବା ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ତିନିଶହରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ମାଆ ମାନେ ଯୋଗେଇଥିଲେ ।

 

0
0
0
s2sdefault