ହେଡଲାଇନସ୍:

୯୬ ମଣ୍ଡିରୁ ୭.୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୁରଭଞ୍ଜ ଜିଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ

ବାରିପଦା-(ଦିଲ୍ଲୀପ ମହାନ୍ତି)- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନଦେ୍ର୍ଧଶାନୁସାରେ ଚଳିତ ୨୦୧୮-୧୯ ବର୍ଷ ପାଇଁ ମୟୁରଭଞ ଜିଲାର ଚାଷୀ ମାନଙ୍କ ଠାରୁ ଧାନ କିଣାଯିବା ସକାଶେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ଏକ ବୈଠକ ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସମୀଳନୀ କକ୍ଷରେ ଜିଲାପାଳ ବୀନିତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଅଛି । ଅନୁଷ୍ଠିତ  ଉକ୍ତ ବୈଠକରେ ବାରିପଦା ଉପଜିଲାପାଳ ଦିବ୍ୟୋଜ୍ୟତି ପରିଡା , ଉଦଳା ଉପଜିଲାପାଳ ଭଗବାନ ବେହେରା ,ଜିଲା ସାଧାରଣ ଯୋଗାଣ ଅଧିକାରୀ କିଶୋର କୁମାର ପାତ୍ର , କୃଷି ଉପ ନିର୍ଦ୍ଦେଶକ  ମୟୁରଭଞ ଦାମଦୋର ସେଠୀ  ପ୍ରମୁଖ ଙ୍କ ସମେତ ଡିଆରସିଏସ ଆରଏମସି ସେକ୍ରେଟେରୀ , ସଂପୃକ୍ତ ବିଭାଗ  ପଦାଧିକାରୀ , ଏସିଏସଓ , ମିଲର ଓ ଚାଷୀ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଚଳିତ ଖରିଫ ରୁତୁରେ ଜିଲାର ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବାନେଇ ସରକାରଙ୍କ ନିର୍ଦ୍ଦେଶିତ  ନୀତି ନିର୍ଦ୍ଦେଶାବଳୀ କାର୍ଯ୍ୟ ଖସଡା ସଂପର୍କରେ ସବିଶେଷ  ଆଲୋଚନା କରାଯାଇଥିଲା । ବୈଠକରେ ଜିଲା ଯୋଗାଣ ଅଧିକାରୀ ସରକରଙ୍କ ନୀତି ନିର୍ଦ୍ଦେଶାବଳୀ ଅନୁଯାୟୀ ଚଳିତ ବର୍ଷ ଜିଲାରୁ ୭ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଖରିଫ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସୂଚାଇଥିଲେ । ଜିଲା କୃଷି ବିଭାଗ ଆକଳନ ଅନୁଯାୟୀ ଚଳିତବର୍ଷ ଜିଲାରେ ୮ ଲକ୍ଷ ୬୦ ହଜାର ମେଟ୍ରିକଟନ ଧାନ ସରପ୍ଲସ ଉତ୍ପାଦନ  ଆଶାରଖାଯାଇଥିବା କୃଷି ଉପ ନିର୍ଦ୍ଦେଶକ  ବୈଠକରେ ଉଲେଖ କରିଥିଲେ । ଚଳିତ ବର୍ଷ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯିବାପାଇଁ ଅନଲାଇନରେ ନିଜର ପରିଚୟପତ୍ର ସହ ଚାଷଜମି ପରିମାଣ ସଂପର୍କୀତ ସବିଶେଷ ବିବରଣୀ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଅଛି । ଏଥିପାଇଁ ଅଦ୍ୟାବିଧି ୪୫.୯୩୯ ଜଣ ଚାଷୀ ଲ୍ୟାମ୍ପ ସମବାୟ ସମିତି ମାଧ୍ୟମରେ ନାମ ପଞିକୃତ କରିଥିବାବେଳେ ଯେଉଁ ଚାଷୀମାନେ ନାମ ପଞିକୃତ କରିନାହାନ୍ତି ସେମାନଙ୍କୁ ନାମ ପଞିକରଣ କରାଯିବାପାଇଁ ପରାମର୍ଶ ଦିଆଯାଇଅଛି । ଚଳିତ ବର୍ଷ ଜିଲାରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜିଲା ଯୋଗାଣ , ଆରଏମସି ,ଡିଆରସିଏସ ବିଭାଗ ତତ୍ତ୍ୱାବଧାନରେ ଜିଲାରେ ଥିବା ୫୨ ଗୋଟି  ପ୍ରାଥମିକ କୃଷି ସମବାୟ ସମିତି ଲ୍ୟାମ୍ପସ , ମାର୍କଫେଡ ଜରିଆରେ ସଂପୃକ୍ତ ପାଣି ପଞ୍ଚାୟତ ,ଚାଷୀ ସଂଗଠନ କର୍ମକର୍ତ୍ତା ଙ୍କ ସମନ୍ୱୟରେ ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ନିର୍ଦ୍ଧାରୀତ ଥିବା ସମୁଦାୟ ୯୬ ଗୋଟି ଧାନକ୍ରୟ କେନ୍ଦ୍ର (ମଣ୍ଡି) ଖୋଲାଯାଇ ଆସନ୍ତା ଡିସେମ୍ବର ମାସ ୧୭ ତାରିଖ ଠାରୁ ଧାନ କ୍ରୟ କରାଯିବାପାଇଁ ବେଠକରେ ନିଷ୍ପତ୍ତି ନିଆଯାଇଅଛି । ଚଳିତବର୍ଷ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଧାନର ସହାୟକ ମୂଲ୍ୟ ଯଥାକ୍ରମେ ଏଫଏକ୍ୟୁ ସାଧାରଣମାନ ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୧୭୫୦ ଟଙ୍କା ଏବଂ ଏଫଏକ୍ୟୁ ଗ୍ରେଡ ମାନ ଧାନର ମୂଲ୍ୟ କ୍ୟୁଣ୍ଟାଲ ପ୍ରତି ୧୭୭୦ ଟଙ୍କା ଧାର୍ଯ୍ୟ  କରାଯାଇଅଛି । ଧାନ ବିକ୍ରୟ ପାଇଁ ଚାଷୀ ମାନଙ୍କର ଆବଶ୍ୟକ ପରିଚୟପତ୍ର ଧାନମଣ୍ଡି କୁ ଆଣିବାପାଇଁ ପରାମର୍ଶ ଦିଆଯାଇଅଛି । ଚାଷୀ ମାନଙ୍କୁ ସେମାନଙ୍କର ଧାନର ସହାୟକ ମୂଲ୍ୟ ଅନଲାଇନ ମାଧ୍ୟମରେ ୪୮ ଘଣ୍ଟା ମଧ୍ୟରେ  ସେମାନଙ୍କର ପାଶବହିରେ ପେମେଣ୍ଟ କାରଯିବ । ଧାନର ମାନ ଓ  ଗୁଣବତ୍ତା ଉପରେ ସ୍ୱତନ୍ତ୍ର ଏକ କମିଟି ଗଠନ କରାଯାଇ କାର୍ଯ୍ୟ ତ୍ୱରାନିତ କରାଯିବାକୁ ଗୁରୁତ୍ତ୍ୱାରୋପ କରାଯାଇଅଛି । ନିର୍ଦ୍ଦେଶାବଳୀ  ଅନୁସାରେ ମଣ୍ଡିରେ କିଣାଯାଇଥିବା ଧାନବସ୍ତା ୨୪ ଘଣ୍ଟା ମଧ୍ୟରେ ମଣ୍ଡିରୁ ଉଠାଇନେବାକୁ ସମସ୍ତ ମିଲର ମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଅଛି ।

 

0
0
0
s2sdefault