ହେଡଲାଇନସ୍:

 "ଓଇଏସ କ୍ୟାଡରକୁ  ଅଣଦେଖା କରୁଛନ୍ତି ରାଜ୍ୟ ସରକାର" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନଭେମ୍ବର ୨୬ ରୁ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କ ସାମୂହିକ ଛୁଟି

ଶିକ୍ଷା ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର/ନିରୋଜ ମିଶ୍ର -  ଚାକିରୀ କ୍ଷେତ୍ରରେ କ୍ୟାଡର ରୁଲ ଲାଗୁ ହେବା ଅତ୍ୟନ୍ତ ଜରୁରୀ ଓ ଏହା ଶିକ୍ଷା ବ୍ୟବସ୍ଥାରେ ଏକ ସୁବ୍ୟବସ୍ଥିତ ଢାଞ୍ଚା ଆଣିପାରିବ ବୋଲି ଓଇଏସ ଅଧିକାରୀ ମାନେ ମତ ଦେଇଛନ୍ତି । ଓଡିଶା ଶିକ୍ଷା ସେବା ପାଇଁ ୧୯୭୧ ରୁ ଲୋକସେବା ଆୟୋଗ ଦ୍ୱାରା ଶିକ୍ଷା ସେବା ଅଧିକାରୀ ନିଯୁକ୍ତି ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଶିକ୍ଷା ସେବା ଅଧିକାରୀ (ଓଇଏସ) ଙ୍କ ପାଇଁ କ୍ୟାଡର ରୁଲ ପ୍ରଣୟନ କରିନାହାନ୍ତି  ଯେଉଁଥିପାଇଁ ଓଇଏସ ମାନେ ଉପଯୁକ୍ତ ସୁବିଧା ସୁଯୋଗ ଓ ପଦୋନ୍ନତି ପାଇବାରୁ ବଞ୍ଚôତ ହେଉଛନ୍ତି । ଏପରିକି କେତେକ ଓଇଏସ ବିନା ପଦୋନ୍ନତିରେ ଅବସର ନେଉଛନ୍ତି ।  ଶିକ୍ଷା ବ୍ୟବସ୍ଥାରେ ଶିକ୍ଷା ଅଧିକାର ଅଧିନିୟମ, ସର୍ବ ଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ଅଭିଯାନ, ମଧ୍ୟାହ୍ନ ଭୋଜନ ପରିଚାଳନା, ରାଜ୍ୟ ମୁକ୍ତ ବିଦ୍ୟାଳୟ, ସ୍କୁଲ ସହ +୨ କଲେଜ ମିଶ୍ରଣ ପରି କାର୍ଯ୍ୟକ୍ରମରେ ଓଇଏସ ମାନଙ୍କ କାର୍ଯ୍ୟ ବଢି ଯାଇଛି । କିନ୍ତୁ ରାଜ୍ୟ ସରକାର  ସେମାନଙ୍କ କ୍ୟାଡର ପୁନର୍ବିନ୍ୟାସ ଓ କ୍ୟାଡର ରୁଲ ପ୍ରତି ଗୁରୁତ୍ୱ ଦେଉ ନାହାନ୍ତି । ଏ ନେଇ ଗତ ୫ ବର୍ଷ ହେଲା ଓଇଏସ ଅଧିକାରୀଙ୍କ ସହ ରାଜ୍ୟ ସରକାରଙ୍କ ବାରମ୍ବାର ଆଲୋଚନା ଓ ପ୍ରତିଶୃତି ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୁଫଳ ମିଳିନି । ରାଜ୍ୟ ସରକାର ଅଧିକାଂଶ ବିଭାଗର କ୍ୟାଡର ପୁନର୍ବିନ୍ୟାସ କରୁଥିବା ବେଳେ ଓଇଏସଙ୍କୁ ଅଣଦେଖା କରୁଛନ୍ତି । ଏହାକୁ ନେଇ ଓଡିଶା ଶିକ୍ଷା ସେବା ସଂଘ ରାଜ ରାସ୍ତାକୁ ଓହ୍ଲାଇବାକୁ  ନିଷ୍ପତ୍ତି ନେଇଛି ।  ଏହି ମର୍ମରେ ବଲାଙ୍ଗିରରେ କାର୍ଯ୍ୟରତ ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ଦାଶଙ୍କ ନେତୃତ୍ୱରେ ୧୪ଗୋଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ଓ ବଲାଙ୍ଗିର ର ଓଡିଶା ଶିକ୍ଷା ସେବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଯେଉଁଥିରେ ଆସନ୍ତା ୨୬ ତାରିଖଠାରୁ ସାମୂହିକ ଛୁଟିରେ ଯିବେ ବୋଲି ଉଲ୍ଲେଖ କରିଛନ୍ତି ।   

0
0
0
s2sdefault