ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ସୁନ୍ଦରଗଡ଼ର ସାଧାରଣ ପରିଷଦ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ / ଶାସକ ପ୍ରଶାସକ : ସୁନ୍ଦରଗଡ଼ ସଦର ମହକୁମା ବିକାଶ ଭବନ ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ସୁନ୍ଦରଗଡ଼ ର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ସୁଧାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରବି ନାରାୟଣ ସାହୁ ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଅଭିମନ୍ୟୁ ମାଝୀ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ଅଧ୍ୟକ୍ଷ ଲୋକେଶ୍ୱର ସାହୁ, ଉପ ସଭାପତି ଏସ୍ ଜଗଦୀଶ, ଧର୍ମଜିତ ସାହୁ ମଞ୍ଚାସୀନ ଥିଲେ l ସଭାର ପ୍ରାରମ୍ଭ ରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ନିକଟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ଥିଲା l

ସମ୍ପାଦକ ଦେବେନ୍ଦ୍ର କୁମାର ପତି ଦ୍ଵାରା ବାର୍ଷିକ ବିବରଣୀ ପାଠ କରିଥିଲେ l ଜିଲ୍ଲାରେ ନୂତନ ଭାବେ ଯୋଗଦେଇ ଥିବା କନିଷ୍ଠ ରାଜସ୍ୱ ସହାୟକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ୨୦୨୪ ମସିହାରେ ଅବସର ଗ୍ରହଣ କରିଥିବା ସମସ୍ତ ରାଜସ୍ଵ ବନ୍ଧୁ ମାନଙ୍କୁ ମଧ୍ଯ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲା ସଂଘ କାର୍ଯ୍ୟକର୍ତ୍ତା ଙ୍କ ର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା l ଶେଷରେ ନୂତନ କର୍ମକର୍ତ୍ତା ଙ୍କୁ ରାଜ୍ଯ ସଭାପତି ଶ୍ରୀ ସାହୁ ଶପଥପାଠ କରାଇଥିଲେ l ଏହି ଅବସରରେ ଜିଲ୍ଲାର ତିନୋଟି ଉପଖଣ୍ଡ ସ୍ତରର ରାଜସ୍ୱ ଅମଲା ଙ୍କ ସହ ରାମ କୁମାର ରାଇ, ଭେଷଜ କୁମାର ସାହୁ, ସଞ୍ଜୟ କୁମାର ବ୍ରହ୍ମ, ଜୋସ୍ନା ମହାପାତ୍ର, ସୁନିତା ହାତୀ, ନିବେଦିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault