ହେଡଲାଇନସ୍:

ଟିପ ପାଇଁ ଗ୍ଯାସ ଅଫିସର ସାମ୍ନାରେ ଲାଗିଛି ଭିଡ଼

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖଇରା,ବୁଲୁ ଲେଙ୍କା ୨୮/୯/୨୪- ଗ୍ଯାସ ଅଫିସ୍ ସାମ୍ନାରେ KYC ପାଇଁ ଗ୍ରାହକ ମାନଙ୍କ ଭିଡ଼ ଲାଗି ରହିଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ଇଣ୍ଡେନ ଗ୍ରାମୀଣ ବିତରକ କେନ୍ଦ୍ର, ଖଇରା ପରିସରରେ । ଖରା ଓ ବର୍ଷାକୁ ଖାତିରି ନକରି ଦୂରଦୂରାନ୍ତରୁ ଗ୍ରାହକ ମାନେ ଆସି ଲମ୍ବା ଧାଡ଼ିରେ ଛିଡ଼ା ହୋଇ KYC Update କରୁଛନ୍ତି । ଏଥିପାଇଁ ସଂପୃକ୍ତ ଗ୍ରାହକ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର ମଧ୍ୟ ଜାରି ରହିଛି । ଯାହାର ଶେଷ ତାରିଖ ତା ୩୦/୯/୨୪ ରିଖକୁ ଧାର୍ଯ୍ୟ କରାଯାଇଥିବା ପ୍ରଚାର ହେଉଛି । KYC Update ନ କଲେ ଗ୍ଯାସ ସଂଯୋଗୀକରଣ କଟିଯିବ ବୋଲି କେନ୍ଦ୍ର ତରଫରୁ କୁହାଯାଉଥିବା ବେଳେ ଗ୍ରାହକ ମାନଙ୍କୁ ନୂତନ ଗ୍ଯାସ ପାଇପ୍ ନେବାପାଇଁ ପ୍ରବର୍ତ୍ତା ଯାଉଛି । କେହି କେହି ବାଧ୍ୟ ହୋଇ ପାଇପ୍ ନେଉଥିବା ବେଳେ ପାଇପ୍ ବିକିବା ବାହାନା ବୋଲି ହାଟବଜାର ସବୁଠି ଗ୍ରାହକ ମାନେ ଚର୍ଚ୍ଚା କରୁଛନ୍ତି । ଏହାର ସତ୍ୟତା ଜାଣିବା ଲାଗି କେନ୍ଦ୍ରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ ।।

0
0
0
s2sdefault